ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ରୋଷେୟା ଲଳିତଙ୍କ ରହସ୍ୟ ଜନକ ମୃତ୍ୟୁ ଘଟଣାରେ ବଡ଼ ଟ୍ଵିଷ୍ଟ।ବଦଳିଲେ ତଦନ୍ତକାରୀ ଅଧିକାରୀ


 ନବ ଙ୍କ ରୋଷେଇଆ ମୃତ୍ୟୁ ମାମଲା ରେ ଆସିଲା ଏକ ନୂଆ ମୋଡ଼। 

୨୦୨୨ ରେ ନବ ଦାସ ଙ୍କ ଘରେ କାର୍ଯ୍ୟରତ ଥିବା ରୋଷେଇଆ ଲଲିତ ସାହୁ ଙ୍କ ସନ୍ଦେହ ଜନକ ପରିସ୍ଥିତିରେ ମୃତ୍ୟୁ ଘଟିଥିଲା।

 ଏ ନେଇ ସେ ସମୟରେ ମୃତ୍ୟୁ ମାମଲା ରୁଜୁ ହୋଇଥିଲେ ମଧ୍ୟ ପୋଲିସ ଏହାକୁ ଆତ୍ମହତ୍ୟା ବୋଲି ଦର୍ଶାଇଥିଲା।

ହେଲେ ଏବେ ଲଲିତ ଙ୍କ ବାପା ଉତ୍ତରାଞ୍ଚଳ ଆଇଜି ଙ୍କୁ ଚିଠି ଲେଖି ପୁଣି ଥରେ ନିରପେକ୍ଷ ଭାବରେ ତଦନ୍ତ ଆରମ୍ଭ କରିବା ପାଇଁ ଅନୁରୋଧ କରିଛନ୍ତି।

ପୂର୍ବରୁ ବିଜେଡି ସରକାର ଥିବା ବେଳେ ଏବଂ ଝାରସୁଗୁଡ଼ା ରେ ତତ୍କାଳୀନ ବିଧାୟକ ଭାବେ ନବ ଦାସ ଙ୍କ ପ୍ରଭାବ ରେ କେସ କୁ ଅନ୍ୟ ଦିଗକୁ ମୋଡ଼ି ଦିଆ ଯାଇଥିଲା। ଏପରିକି ଲଲିତ ଙ୍କ ଭିସରା ରିପୋର୍ଟ  ମଧ୍ୟ ଚୋରି ଚୋରି ହୋଇଯାଇଥିବା ଘଟଣା ସାମ୍ନାକୁ ଆସିଥିଲା।

ତେଣୁ ଯେହେତୁ ଏବେ ସରକାର ବଦଳିଛି , ନ୍ୟାୟ ପାଇବା ଆଶାରେ ଲଲିତ ଙ୍କ ପରିବାର ଲୋକେ ପୁଣିଥରେ କେସ ର ଯାଞ୍ଚ ପାଇଁ ଦାବି କରିଛନ୍ତି।

ଏ ନେଇ ଉତ୍ତରାଞ୍ଚଳ ଆଇଜି ଏବଂ ଝାରସୁଗୁଡ଼ା ଏସପି ସାମ୍ୱାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି। ନୂଆ ସୂପରଭାଇସର ଇଞ୍ଜାର୍ଜ୍ ଙ୍କ ସମେତ ନୂଆ ଇନ୍ସପେକ୍ଟର ଟିମ୍ ଏହି ତଦନ୍ତ ର ଯାଞ୍ଚ କରିବେ ବୋଲି ସେ କହିଛନ୍ତି।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done