ନବଦାସ ହତ୍ୟା ମାମଲରେ କ୍ରାଇମବ୍ରାଞ୍ଚକୁ ଷ୍ଟାଟସ ରିପୋର୍ଟ ମାଗିଲେ ଉଚ୍ଚ ନ୍ୟାୟାଳୟ


 ନବଦାସ ହତ୍ୟା ମାମଲରେ ହାଇକୋର୍ଟ ଙ୍କ ନୂଆ ନିର୍ଦ୍ଦେଶ। ସିବିଆଇ ତଦନ୍ତ ପ୍ରସଙ୍ଗ କୁ ହାଇକୋର୍ଟ ଗୁରୁତ୍ୱର ସହ ନେଇଛନ୍ତି।

ନବ ଦାସଙ୍କୁ ଗୁଳି ମାରି ହତ୍ୟା କରାଯିବା ଘଟଣା ସଂପର୍କିତ ଫୌଜଦାରୀ ମାମଲା ଓ ତଦନ୍ତର ସ୍ଥିତି ନେଇ ଷ୍ଟାଟସ ରିପୋର୍ଟ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ମାମଲାର ସିବିଆଇ ତଦନ୍ତ ପ୍ରସଙ୍ଗ ନେଇ ଦାୟର ଜନସ୍ୱାର୍ଥ ମାମଲାକୁ ହାଇକୋର୍ଟ ଗୁରୁତ୍ୱର ସହ ନେଇଛନ୍ତି। କ୍ରାଇମବ୍ରାଂଚକୁ ଷ୍ଟାଟସ ରିପୋର୍ଟ ମାଗିଲେ ଉଚ୍ଚ ନ୍ୟାୟଳୟ। ରାଜ୍ୟର ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ଦିନ ଦ୍ଵିପ୍ରହରରେ ହତ୍ୟା କରାଗଲା। ନବ ଦାସଙ୍କୁ କଣ ପାଇଁ ଓ କେଉଁ ପରିସ୍ଥିତିରେ ହତ୍ୟା କରାଯାଇଥିଲା ତାହାର ଉତ୍ତର କ୍ରାଇମବ୍ରାଞ୍ଚ ତଦନ୍ତରୁ ମିଳି ନାହିଁ। ତେଣୁ ସିବିଆଇ ଦ୍ୱାରା ତଦନ୍ତ କରାଗଲେ ସତ ପଦାକୁ ଆସିବ ବୋଲି ଆବେଦନକାରୀ ଆବେଦନରେ ଦର୍ଶାଇଛନ୍ତି। ମାମଲାକୁ ନିରପେକ୍ଷ ଭାବେ ଯାଞ୍ଚ କରାଯିବା ପାଇଁ ସିବିଆଇ ତଦନ୍ତ ନିହାତି ଜରୁରୀ ବୋଲି ଆବେଦନକାରୀ କହିଛନ୍ତି।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done