ଏଣିକି ପୁଅ ଜନ୍ମ ହେଲେ ସରକାର ଦେବେ ୧୦ ହଜାର ଆଉ ଝିଅ ଜନ୍ମ ହେଲେ ଦେବେ ୧୨ ହଜାର ଟଙ୍କା


 ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଲେ ଏକ ବଡ଼ ଘୋଷଣା।


ଏଣିକି କୌଣସି ଦମ୍ପତ୍ତି ଙ୍କ ଠାରେ ପୁତ୍ର ସନ୍ତାନ ଜନ୍ମ ହେଲେ ସେମାନଙ୍କୁ ୧୦ ହଜାର ଟଙ୍କା ମିଳିବ। ଏବଂ ଝିଅ ଜନ୍ମ ହେଲେ ମିଳିବ ୧୨ ହଜାର ଟଙ୍କା। ଏହାସହିତ ଓଡ଼ିଶା ସରକାର କେନ୍ଦ୍ରର ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା (PMMVY) ସହିତ ରାଜ୍ୟର ମମତା ଯୋଜନାକୁ ମିଳିତ ଭାବେ କାର୍ଯ୍ୟକାରୀ କରିବା ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି।  ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ (CMO) ଅନୁଯାୟୀ, ମମତା ଯୋଜନା ଏବଂ PMMVY ର  ମିଳିତ କାର୍ଯ୍ୟକାରିତା ରେ ମହିଳାମାନେ କନ୍ୟା ସନ୍ତାନ ଜନ୍ମ ପାଇଁ ପ୍ରତିବର୍ଷ ଅତିରିକ୍ତ ୨୦୦୦ ଟଙ୍କା ପାଇବେ। ସର୍ବାଧିକ ଦୁଇଟି ସନ୍ତାନ ପାଇଁ ସହାୟତା ଯୋଗାଇ ଦିଆଯିବ, କିନ୍ତୁ ଏହି ସୀମା ବିଶେଷ ଭାବରେ ଦୁର୍ବଳ ଜନଜାତି ଗୋଷ୍ଠୀ (PVTG) ପାଇଁ ପ୍ରଯୁଜ୍ୟ ହେବ ନାହିଁ।" ଅଙ୍ଗନବାଡ଼ି ର ସହାୟିକା ମାନଙ୍କୁ ୧୫୦ ଟଙ୍କା ର ପ୍ରୋତ୍ସାହନ ରାଶି ଏବଂ ସହାୟତା କରୁଥିବା ଅଙ୍ଗନବାଡି କର୍ମୀଙ୍କୁ ମିଳିବ ୨୫୦ ଟଙ୍କା। ତେବେ ଉଭୟ ଯୋଜନାର ମିଳିତ କାର୍ଯ୍ୟାନ୍ୱୟନ ପାଇଁ ଆନୁମାନିକ ଖର୍ଚ୍ଚ ଆଗାମୀ ଆର୍ଥିକ ବର୍ଷ ପାଇଁ ପ୍ରାୟ ୫୧୧ କୋଟି ଟଙ୍କା ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done