ଝାରସୁଗୁଡା ପୌରପରିଷଦରେ ମଶା ତେଲ କିଣା ଦୁର୍ନୀତି ମାମଲାରେ ଆଣ୍ଟିସିପେଟୋରି ବେଲ ପାଇଲେ ପୌରାଧ୍ୟକ୍ଷା ।
ଝାରସୁଗୁଡା ପୌରପରିଷଦରେ ମଶା ତେଲ କିଣା ଦୁର୍ନୀତି ମାମଲାରେ ଆଣ୍ଟିସିପେଟୋରି ବେଲ ପାଇଲେ ପୌରାଧ୍ୟକ୍ଷା ରାନୀ ହାତୀ।
ସୂଚନା ଅନୁସାରେ ମଶା ତେଲ ଦୁର୍ନୀତି ତଦନ୍ତ ରେ ଭିଜିଲାନ୍ସ ଟିମ୍ ୪ ଜଣକୁ ଗିରଫ କରିଛି।
ତେବେ ଏହି ଦୁର୍ନୀତି ରେ ପୌରାଧ୍ୟକ୍ଷା ରାନୀ ହାତୀ ସଂପୃକ୍ତ ଥିବା ସନ୍ଦେହ କରାଯାଇ ଭିଜିଲାନ୍ସ ଟିମ୍ ନିଜର ଯାଞ୍ଚ କରୁଥିଲା।
ରାନୀ ହାତୀ ଏ ନେଇ ଆଗୁଆ ଜାମିନ ଆବେଦନ କରିଥିଲେ। ତେବେ ମାନ୍ୟବର ହାଇକୋର୍ଟ ଏହି ଘଟଣାରେ ରାନୀ ହାତୀ ଙ୍କୁ ଫେବୃଆରୀ ତିନି ତାରିଖ ପର୍ଯ୍ୟନ୍ତ ଭିଜିଲାନ୍ସ ଟିମ୍ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
0 Comments