ଦୁର୍ଘଟଣାଗ୍ରସ୍ତଙ୍କୁ "କ୍ୟାସଲେସ ଟ୍ରିଟମେଣ୍ଟ" ର ଘୋଷଣା କଲେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ।


 "କ୍ୟାସଲେସ ଟ୍ରିଟମେଣ୍ଟ" ର ଘୋଷଣା କଲେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ।


ଦିନକୁ ଦିନ ସଡ଼କ ଦୁର୍ଘଟଣା ବଢ଼ିବାରେ ଲାଗିଛି।୨୦୨୪ ମସିହାରେ ପ୍ରାୟ ୧.୮୦ ଲକ୍ଷ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବେଳେ  ଏଥିମଧ୍ୟରୁ ୩୦,୦୦୦ ମୃତ୍ୟୁ ହେଲମେଟ୍ ପିନ୍ଧି ନଥିବା କାରଣରୁ ହୋଇଥିଲା। 

ଏହା ସହିତ  ୧୮ ରୁ ୩୪ ବର୍ଷ ବୟସର ଲୋକଙ୍କ ମଧ୍ୟରେ ୬୬% ସଡ଼କ ଦୁର୍ଘଟଣା ଘଟିଛି। 

ତେଣୁ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ  ସଡ଼କ ସୁରକ୍ଷା କୁ ପ୍ରାଥମିକତା ଦେଇ "କ୍ୟାସଲେସ ଟ୍ରିଟମେଣ୍ଟ" ଯୋଜନା ଘୋଷଣା କରିଛନ୍ତି।

ଯାହା ଅଧୀନରେ ସରକାର ସଡ଼କ ଦୁର୍ଘଟଣା ପୀଡିତଙ୍କ ସାତ ଦିନର ଚିକିତ୍ସା ପାଇଁ 1.5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ବହନ କରିବେ। 

ଏହି ନିୟମ ଅନୁଯାୟୀ ୨୪ ଘଣ୍ଟା ମଧ୍ୟରେ ଦୁର୍ଘଟଣା ବିଷୟରେ ପୋଲିସକୁ ସୂଚନା ଦିଆଗଲେ ସରକାର ଚିକିତ୍ସା ଖର୍ଚ୍ଚ ବହନ କରିବେ। 

ସେହିଭଳି  "ହିଟ୍ ଆଣ୍ଡ୍ ରନ" ମାମଲାରେ ମୃତକଙ୍କ ପାଇଁ  ଦୁଇ ଲକ୍ଷ ଟଙ୍କା ମଧ୍ୟ ପ୍ରଦାନ କରାଯିବ ବୋଲି କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ କହିଛନ୍ତି।

ଦିଲ୍ଲୀର ଭାରତ ମଣ୍ଡପମରେ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ପରିବହନ ମନ୍ତ୍ରୀମାନଙ୍କ ସହିତ ଗଡକରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକ ପରେ ଏହି ଘୋଷଣା କରାଯାଇଛି।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done