ଏସଟି ଓ ଏସସି ଜମି ବିକ୍ରି ଦୁର୍ନୀତି ଘଟଣାର ତଦନ୍ତ ଦାବି କରି ସମ୍ମିଳିତ ଆଦିବାସୀ ସମାଜ ତରଫରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ


 ଝାରସୁଗୁଡ଼ା ର ତତ୍କାଳୀନ ଉପ ଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ବାଇଁ ଙ୍କ ଦ୍ବାରା ଶହେ କୋଟିରୁ ଉର୍ଦ୍ଧ୍ବ ଟଙ୍କା ମୂଲ୍ୟର ଏସଟି ଓ ଏସସି ଜମିର ବିକ୍ରି ପାଇଁ ଓଡ଼ିଶା ର ସଂସ୍କାର ଆଇଜ ୧୯୬୦ ର ଧାରା ୨୨ ଅନୁଯାୟୀ ଦେଇଥିବା ଅନୁମତି ରେ ବ୍ୟାପକ ଦୁର୍ନୀତି ତଥା ନୀତି ନିୟମର ଉଲ୍ଲଙ୍ଘନ କରି ସାଧାରଣ ବର୍ଗର ଲୋକଙ୍କୁ ଜମି ହସ୍ତାନ୍ତର ହୋଇଥିବା ଘଟଣାର ତଦନ୍ତ ସହ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରି  ସମ୍ମିଳିତ  ଆଦିବାସୀ ସମାଜ ଝାରସୁଗୁଡ଼ା ଜିଲ୍ଲାପାଳ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ବ୍ୟବସ୍ଥାନୁଯାୟୀ ଆଇଟିଡିଏ ଅଂଚଳରେ କୌଣସି ଅନୁସୂଚିତ ଜନଜାତି ବର୍ଗର ବ୍ୟକ୍ତିଙ୍କ ଜମି ଅଣ ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କୁ ବିକ୍ରି ଅବା ହସ୍ତାନ୍ତର ଦିଗରେ ବାରଣ ରହିଛି । ମାତ୍ର  ସଂପୃକ୍ତ ତତ୍କାଳୀନ ଉପ ଜିଲ୍ଲାପାଳ ଶ ବ୍ୟବସ୍ଥାକୁ ବେଖାତିର କରି କିର୍ମିରା ଅଂଚଳରେ ଦୀପକ କିଶାନ ନାମକ ଜଣେ ବ୍ୟକ୍ତିଙ୍କ  ଜମି ବିକ୍ରି କରିବାକୁ ଅନୁମତି ପ୍ରଦାନ କରିଥିଲେ । ଏହିଭଳି ଭାବେ  ଜାନୁୟାରୀ ୨୦୨୩  ରୁ ଫେବୃଆରୀ ୨୦୨୪ ଭିତରେ ସେ ଅନେକ ଜମି ଆଇନ ବିରୁଦ୍ଧରେ ଯାଇ ସଧାରଣ ବର୍ଗଙ୍କୁ ବିକ୍ରି କରିଥିବାର ଅଭିଯୋଗ ସମ୍ମିଳିତ  ଆଦିବାସୀ ସମାଜ ସାମ୍ନାକୁ ଆଣିଛି। ଉପଜିଲ୍ଲାପାଳ ଙ୍କୁ ଏଠାରେ ଅବସ୍ଥାପିତ କରାଯାଉ ନଚେତ୍ ଆଗକୁ ଅନେକ ମାମଲାର ନିରପେକ୍ଷ ତଦନ୍ତରେ ବାଧାପ୍ରାପ୍ତ ହେବ ବୋଲି ସମ୍ମିଳିତ  ଆଦିବାସୀ ସମାଜ ର ସଦସ୍ୟ ମାନେ କହିଛନ୍ତି। ଏ ନେଇ ସମ୍ମିଳିତ  ଆଦିବାସୀ ସମାଜ ର ସଦସ୍ୟ ମାନେ ଜିଲ୍ଲାପାଳ ଆବୋଲି ସୁନୀଲ ନରୱାଣେ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done