ମିଶନ ଆଶ୍ରା ୨ ରୁ ଆସାମ ଫେରିଲେ ଲକ୍ଷ୍ମୀ ମୁନି ସରକାର ।


 ମିଶନ ଆଶ୍ରା ୨ ରୁ ଆସାମ ଫେରିଲେ ଲକ୍ଷ୍ମୀ ମୁନି ସରକାର ।

ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ, ଜିଲ୍ଲା ଖଣିଜ ପାଣ୍ଠି ଓ ପିପୂଲ୍ସ ଫୋରମ୍ ଦ୍ବାରା ପରିଚାଳିତ କଟାପାଲି ଗ୍ରାମ ସ୍ଥିତ ମିଶନ ଆଶ୍ରା ୨ ରେ ଆଜି ଘର ବାହୁଡ଼ା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାୟ ୨ ବର୍ଷ ତଳେ ଲକ୍ଷ୍ମୀମୁନି ନାମକ ଜଣେ ମାନସିକ ବିକାର ଗ୍ରସ୍ତ ମହିଳା କୁ  ବ୍ରଜରାଜନଗର ବୁନ୍ଦିଆ ଅଞ୍ଚଳରୁ ଗ୍ରାମବାସୀ ଙ୍କ ସହିତ ମିଶନ ଆଶ୍ରା ୨ ର ଉଦ୍ଧାର କାରିଦଳଙ୍କ ଦ୍ଵାରା କଟାପାଲି ଗ୍ରାମ ସ୍ଥିତ ମିଶନ ଆଶ୍ରା ୨ ରେ ଭର୍ତ୍ତି କରାଇଥିଲେ । ୨ ବର୍ଷ ର ସେବା, ଯତ୍ନ, କାଉନସିଲିଂ ଓ ନିୟମିତ ଔଷଧ ସେବନ ଦ୍ବାରା  ଲକ୍ଷ୍ମୀମୁନି ଠିକ୍ ହୋଇଥିଲେ ଏବଂ ନିଜର ଘର ଠିକଣା ଆସାମ ର କାମପୁର ଜିଲ୍ଲା ବୋଲି ମିଶନ ଆଶ୍ରା ର କର୍ମଚାରୀ ଙ୍କୁ ଜଣାଇଥିଲେ । ଗତ ବର୍ଷ ଡିସେମ୍ବର ମାସ ୧୭ ତାରିଖ ଦିନ କେନ୍ଦ୍ରର କର୍ମଚାରୀ ମାନେ ଆସାମର ପୋଲିସଙ୍କ ସହାୟତା ରେ ଲକ୍ଷ୍ମୀମୁନି ଙ୍କ ବାପାଙ୍କୁ ଲକ୍ଷ୍ମୀମୁନି ବିଷୟ ରେ ଜଣାଇଥିଲେ । ଝିଅ ର ଖବର ପାଇବା ମାତ୍ରେ ଲକ୍ଷ୍ମୀମୁନି ର ବାପା  ୧୭ ତାରିଖ ରେ ମିଶନ ଆଶ୍ରା ୨ ରେ ପହଞ୍ଚି ଥିଲେ । ତେବେ ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ସୁନିଲ କୁମାର ନାୟକ ଓ ପିପୂଲ୍ସ ଫୋରମ୍ ର ପଶ୍ଚିମାଞ୍ଚଳ ମୁଖ୍ୟ ତଥା ଉପ ସଭାପତି ଶ୍ରୀଯୁକ୍ତ ସଞ୍ଜୟ ଜେଠୀ ,କେନ୍ଦ୍ର ପରିଚାଳକ କିରଣ କୁମାରି ଗୁପ୍ତା ଏବଂ କେନ୍ଦ୍ର ର କର୍ମଚାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done