ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲା ଖଣିଜ ପାଣ୍ଠି ପ୍ରତିଷ୍ଠାନ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ, ଉପ ଜିଲ୍ଲାପାଳ ସବ୍ୟସାଚି ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ସକାଳେ ଜିଲ୍ଲାର ସମସ୍ତ ପୌରାଞ୍ଚଳରେ ରାମଧୂନ ପ୍ରଚାର, ସକାଳ ସାଢେ ୭ଟାରୁ ୮ଟା ମଧ୍ୟରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ, କ୍ଲବ, ପାଠାଗାର, ଶିକ୍ଷାନୁଷ୍ଠାନ, ବ୍ୟବସାୟିକ ପ୍ରତିଷ୍ଠାନ, ବେସରକାରୀ ଅନୁଷ୍ଠାନମାନଙ୍କରେ ସକାଳ ୯ଟାରେ ମନମୋହନ ପଡ଼ିଆଠାରେ ମୁଖ୍ୟ ଅତିଥିଙ୍କ ଦ୍ବାରା ଜାତୀୟ ପତାକା ଉତ୍ତୋଳନ କରାଯିବାକୁ ସ୍ଥିର ହୋଇଥିଲା । ବିଭିନ୍ନ ଉଚ୍ଚ ବିଦ୍ୟାଳୟ, ଅଣ ମହାବିଦ୍ୟାଳୟ,ବିଭିନ୍ନ ଏନସିସି ଓ ଏନସିସି ସ୍ତରରେ ପ୍ୟାରେଡ ଓ ବିଭିନ୍ନ ଶିକ୍ଷାନୁଷ୍ଠାନ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ମାତୃମଙ୍ଗଳ କେନ୍ଦ୍ର ଓ ଉପ କାରାଗାର, ଶିଶୁ ଯତ୍ନ ଅନୁଷ୍ଠାନ, ଦିବ୍ୟାଙ୍ଗ ବିଦ୍ୟାଳୟ, ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଫଳ ଓ ମିଷ୍ଠାନ୍ନ ବଣ୍ଟନ କରାଯିବ । ସେହିପରି ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା,ପ୍ରବନ୍ଧ ଲିଖନ, କୁଇଜ୍ , ଡ୍ରଇଂ,ଦେଶାତ୍ମବୋଧ କବିତା ଆବୃତ୍ତ ଆଦି ପ୍ରତିଯୋଗିତା, ଆୟୋଜନ କରାଯିବାକୁ ବୈଠକରେ ସ୍ଥିର କରାଯାଇଛି ।ସନ୍ଧ୍ୟାରେ ବେହେରାମାଲସ୍ଥିତ ଏମସିଏଲ୍ ପ୍ରେକ୍ଷାଳୟରେ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଜୟ ଜେନା ବୈଠକର କାର୍ଯ୍ୟସୂଚୀ ଅନୁସାରେ ଆୟୋଜିତ ହେବାକୁ ଥିବା ନେଇ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ବୈଠକରେ ବିଭିନ୍ନ ଶିକ୍ଷାନୁଷ୍ଠାନର ମୁଖ୍ୟ, ବିଭାଗୀୟ ଅଧିକାରୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟମାନେ ଉପସ୍ଥିତ ଥିଲେ ।
0 Comments