ଝାରସୁଗୁଡ଼ା ଜିଲ୍ଳା ଦୁଲଦୁଲି ର ଦ୍ଵିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ
ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଦୁଲଦୁଲି ୨୦୨୫ ଆରମ୍ଭ ହେଇଯାଇଛି।
ଏବଂ ଦୁଲଦୁଲି ର ତୃତୀୟ ଦିନ କୁ ସମସ୍ତ ମହିଳା ଙ୍କୁ ଉତ୍ସର୍ଗୀକୃତ କରଯାଇଥିଲା ।
ଏହି ଅବସରରେ ଦ୍ଵିତୀୟ ଦିନ ସନ୍ଧ୍ୟାର ମୁଖ୍ୟ ଅତିଥି ଭାବେ ବାଚସ୍ପତି ସୁରମା ପାଢ଼ୀ ଯୋଗ ଦେଇଛନ୍ତି।
ସେ ଝାରସୁଗୁଡ଼ା ର ପ୍ରତିଷ୍ଠା ଏବଂ ଏ ପର୍ଯ୍ୟନ୍ତ ଝାରସୁଗୁଡ଼ା ଓଡ଼ିଶା ଓ ସମଗ୍ର ଦେଶ ପ୍ରତି ଥିବା ଏହାର ଅବଦାନ ବିଷୟରେ କହିଥିଲେ।
ଝାରସୁଗୁଡ଼ା କେବଳ ଏକ ସହର ନୁହେଁ ଏହା ନିଜ ଭିତରେ ଏକ ମିନି ଭାରତ ବୋଲି ସେ କହିଛନ୍ତି।
ଝାରସୁଗୁଡ଼ା ସମଗ୍ର ଦେଶରେ ନିଜର ଏକ ସ୍ବତନ୍ତ୍ର ପରିଚୟ କରିଛି ଏବଂ ଏହି ମାଟିର ବୀର ପୁରୁଷ ଜିଲ୍ଲା କୁ ସର୍ବଦା ଗୌରବନିତ୍ଵ କରି ଆସୁଛନ୍ତି ବୋଲି ବାଚସ୍ପତି ମହାଶୟା କହିଛନ୍ତି।
ଏହା ସହିତ ଅଙ୍ଗ ଦାନ କରିଥିବା ମୃତକଙ୍କ ପରିବାର ବର୍ଗ ଙ୍କୁ ସମ୍ବର୍ଦ୍ଧିତ କରଯାଇଥିଲା।
0 Comments