ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ " ଦୁଲଦୁଲି " ର ତୃତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ୍ ।


 ଝାରସୁଗୁଡ଼ା ଜିଲ୍ଲାରେ ଚାଲିଛି ଜିଲ୍ଲା ମହୋତ୍ସବ ଦୁଲଦୁଲି । ଆଉ ଦୁଲଦୁଲି ପାଇଁ ଜିଲ୍ଲା ହୋଇ ଉଠିଛି ଆନନ୍ଦମୁଖର । ପ୍ରତ୍ୟେକ ବର୍ଷର ଜାନୁୟାରୀ ୧ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ଏହି ଜିଲ୍ଲା ମହୋତ୍ସବ ଦୁଲଦୁଲିର ଆୟୋଜନ ହୋଇଥାଏ । ଏଥିରେ ଜିଲ୍ଲାର ଜନ ପ୍ରତିନିଧି ଠାରୁ ଆରମ୍ଭ କରି ରାଜ୍ୟର ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ମୁଖ୍ୟ ଅତିଥି ଭାବରେ ଯୋଗ ଲୋକଙ୍କୁ ଉତ୍ସାହିତ କରିବା ସହିତ ଜିଲ୍ଲାର ଐତିହ୍ୟ ସଂସ୍କୃତି,ପରମ୍ପରା ବିଷୟରେ ଆଲୋଚନା କରିଥାନ୍ତି । ତେବେ ଏବର୍ଷ ଦୁଲଦୁଲି ଦୁଇ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଏହାର ତୃତୀୟ ସନ୍ଧ୍ୟା ଶେଷ ହୋଇଯାଇଛି । ଏବଂ ଏହି ତୃତୀୟ ସନ୍ଧ୍ୟାରେ ଦୁଲଦୁଲି ମଞ୍ଚରେ ପଞ୍ଚାୟତି ରାଜ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକ, ଉଚ୍ଚ ଶିକ୍ଷାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ୍ ମୁଖ୍ୟ ଅତିଥି ଭାବରେ ମଞ୍ଚାସିନ ଥିଲେ । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକ ଯୋଗ ଦେଇ ଜିଲ୍ଲା ମହୋତ୍ସବ ଦୁଲଦୁଲି ପାଇଁ ଝାରସୁଗୁଡ଼ାବାସୀଙ୍କ ଉତ୍ସାହ ଓ ଉଦ୍ଦୀପନା ଭାରି ରହିଛି ଏବଂ ଝାରସୁଗୁଡ଼ା ର ଉନ୍ନତି ଓଡ଼ିଶାର ଉନ୍ନତି କହିବା ସଙ୍ଗେ ସଙ୍ଗେ ସମଗ୍ର ଅଞ୍ଚଳର ଉନ୍ନତି ପାଇଁ ଏକ ମାଇଲଖୁଣ୍ଟ ବୋଲି କହିଛନ୍ତି । ଏହା ସହିତ ଝାରସୁଗୁଡ଼ା ଜିଲ୍ଲାର ପୂଜା ପାର୍ବଣ ଏବଂ ହୀରାକୁଦ ଜଳ ଭଣ୍ଡାରର ମଧ୍ୟ ବିଶେଷତା ବିଷୟରେ ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି ।ଅନ୍ୟପଟେ ଉଚ୍ଚ ଶିକ୍ଷାମନ୍ତ୍ରୀ ଓ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ୍ ଦୁଲଦୁଲିରେ ଯୋଗ ଦେଇ ଝାରସୁଗୁଡ଼ାର ଜିଲ୍ଲା ମହୋତ୍ସବ ଦୁଲଦୁଲି ମହୋତ୍ସବର କେବଳ ସାଂସ୍କୃତିକ ଦିଗ ନାହିଁ ଏହାର ଅର୍ଥନୈତିକ ଦିଗର ମଧ୍ୟ ରହିଛି । ଚଳିତ ବର୍ଷ ଦୁଲଦୁଲିରେ ପାଞ୍ଚ ଶହ ରୁ ଅଧିକ ଷ୍ଟଲ୍ ରହିଛି । ଏବଂ ପୁସ୍ତକ ମେଳା ଠାରୁ ଆରମ୍ଭ କରି ପଲ୍ଲୀଶ୍ରୀ ମେଳା ଦ୍ଵାରା ସ୍ଵଂୟ ସହାୟକ ଗୋଷ୍ଠୀ ମାନେ ନିଜସ୍ଵ ସାମଗ୍ରୀ ବିକ୍ରିକରି ଅର୍ଥନୈତିକ ଅଭିବୃଦ୍ଧି ହେଉଛି ବୋଲି ପ୍ରତିକ୍ରିୟା ରଖିଛନ୍ତି ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done