ଝାରସୁଗୁଡ଼ା ଜିଲ୍ଲା ପ୍ରତିଷ୍ଠା ଦିବସ ଓ ଜିଲ୍ଲା ମହୋତ୍ସବ ଦୁଲଦୁଲି ୨୦୨୫ ରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଦୁଲଦୁଲି ର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି।
ଏହି ଅବସରରେ ସେ ରାଜ୍ୟ ସରକାର ତରଫରୁ ଦୁଇ କୋଟି ଟଙ୍କାର ବ୍ୟୟରେ ହେବାକୁ ଥିବା ଝାଡେଶ୍ୱର ମନ୍ଦିର ର ଉନ୍ନତିକରଣ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଛନ୍ତି।
ଏହା ସହିତ ମନ୍ଦିର ପ୍ରକଳ୍ପ ରେ ପାର୍କ ଆଉ ଜଳାଶୟ ଉନ୍ନୟନ କାର୍ଯ୍ୟ ର ମଧ୍ୟ ଶିଳାନ୍ୟାସ କରିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଙ୍କ ସହିତ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ,ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ,ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଓ ଝାରସୁଗୁଡ଼ା ଜିଲ୍ଲାପାଳ ଅବୋଲି ସୁନିଲ ନରୱାନେ ଉପସ୍ଥିତ ଥିଲେ।
0 Comments