କୋଲାବିରା ଥାନା ଅନ୍ତର୍ଗତ ନୂଆପାଲି ଗ୍ରାମର ସନ୍ତୋଷ ନାୟକ ହତ୍ୟା ମାମଲାରେ ଝାରସୁଗୁଡ଼ା ପୋଲିସ ଦ୍ବାରା ତିନି ଜଣ ଅଭିଯୁକ୍ତ ଗିରଫ। ଜଣେ ଫେରାର।
ସୂଚନା ଅନୁଯାୟୀ ସନ୍ତୋଷ ନାୟକ ନିଜ ବାଇକ ନେଇ ଘରକୁ ଫେରୁଥିବା ବେଳେ ତାଙ୍କ ବାଇକ ଟାୟାର ପଙ୍କଚର ହୋଇଯାଇଥିଲା, ସେ କେଲେଣ୍ଡାମାଲ ରାସ୍ତାରେ ସାହାଯ୍ୟ ପାଇଁ ଅପେକ୍ଷା ରେ ଛିଡ଼ା ହୋଇଥିଲେ। ସେତିକିବେଳେ ଚାରି ଜଣ ଦୁର୍ବୃତ୍ତ ଆସି ସନ୍ତୋଷ କୁ ଗାଡ଼ିର ଚାବି ମାଗିଥିଲେ। ସନ୍ତୋଷ ଚାବି ଦେବାକୁ ମନା କରିବାରୁ ତାଙ୍କୁ ଦୁର୍ବୃତ୍ତ ମାନେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଫଳରେ ସନ୍ତୋଷ ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ତାଙ୍କ ମୃତ ଶରୀର କୁ ଦୁର୍ବୃତ୍ତ ମାନେ ରାସ୍ତା ପାର୍ଶ୍ଵ ରେ ଫିଙ୍ଗି ଦେଇ ଚାଲିଯାଇଥିଲେ। ଏ ନେଇ ତାଙ୍କ ବଡ ଭାଇ କିଶୋର ନାୟକ କୋଲାବିରା ଥାନାରେ ନିଜ ସାନ ଭାଇ ର ହତ୍ୟା ମାମଲା ରୁଜୁ କରିଥିଲେ। ପୋଲିସ ଏ ନେଇ ତଦନ୍ତ ଆରମ୍ଭ କରି ଗୌରବ ସିଂହ, ନରେନ୍ଦ୍ର ସିଂ ଓ ବବଲୁ କିସାନ ନାମକ ତିନି ଜଣ ଅଭିଯୁକ୍ତ କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ରହିଛି। ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଫେରାର ଅଭିଯୁକ୍ତ କୁ ଗିରଫ ପାଇଁ ପୋଲିସ ନିଜ ତଦନ୍ତ ଜାରି ରଖିଛି ବୋଲି ଝାରସୁଗୁଡ଼ା ଏସପି ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି।
0 Comments