ଝାରସୁଗୁଡ଼ା ଜିଲ୍ଲାରେ କାର୍ଯ୍ୟ କରୁଥିବା ସାମାଜିକ ଅନୁଷ୍ଠାନ ଖିଦମତ୍ କମିଟି ସହାୟତାରେ ଅସହାୟଙ୍କୁ ସାହାଯ୍ୟ କରାଯାଇଛି ।ଝାରସୁଗୁଡ଼ାର ସାମାଜିକ ଅନୁଷ୍ଠାନ ଖିଦମତ୍ କମିଟି ସହଯୋଗରେ ୧୦୦ଟି ବିବାହ ସମ୍ପନ୍ନ ହୋଇଛି । ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ୯୭ ପରିବାରଙ୍କ ଯୋଗାଯୋଗ ପରେ ସେମାନଙ୍କ ଝିଅ ବିବାହର ସବୁ ଖର୍ଚ୍ଚ ଖିଦମତ୍ କମିଟି ବହନ କରିସାରିଥିଲା । ଏବେ ଆଉ ତିନିଜଣ ଝିଅଙ୍କ ବିବାହରେ ସହଯୋଗ କରି ଏହି ବିବାହ ୧୦୦ ବିବାହରେ ପୂର୍ଣ୍ଣ ହୋଇଛି । ସେବାକୁ ମାନବ ଧର୍ମ ରୂପେ ଗ୍ରହଣ କରିଥିବା ଖିଦମତ୍ କମିଟି ଆମ୍ବୁଲାନ୍ସ ସେବା, ବେରୋଜଗାର ୨୦୦ରୁ ଅଧିକ ଯୁବତୀ ଙ୍କୁ ମାଗଣା ସିଲେଇ ମେସିନ ପ୍ରଦାନ, ଭୁବନେଶ୍ଵରରେ ଯେ କୌଣସି ଡାକ୍ତରଖାନାରେ ମାଗଣା ଚିକିତ୍ସା, ଭିନ୍ନକ୍ଷମଙ୍କୁ ହ୍ୱିଲ୍ ଚେୟାର ପ୍ରଦାନ କରାଯାଇଛି ଏବଂ ଆଗାମୀ ଦିନରେ ନିଃସ୍ବାର୍ଥପର ସେବା ସହଯୋଗ ସହ ସାମାଜିକ ଦାୟିତ୍ଵ ଜାରି ରହିବ ବୋଲି ଖିଦ୍ମତ୍ କମିଟିର ସଦସ୍ୟ ମାନେ କହିଛନ୍ତି । ଖିଦ୍ମତ୍ କମିଟି ବର୍ଷ ବର୍ଷ ଧରି ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ସାମାଜିକ କାର୍ଯ୍ୟ କରିବା ସହିତ ଅନେକ ଲୋକଙ୍କୁ ସାହାଯ୍ୟ ପ୍ରଦାନ୍ କରିଛି । ଏବଂ ପୁଣି ନିଃସ୍ଵାର୍ଥ ଭାବରେ ଗରିବ ଝିଅଙ୍କ ବିବାହରେ ସାହାଯ୍ୟ କରିଛି ।
0 Comments