ଆଜି ସକାଳ 9:30 ରେ ଜିଲ୍ଲା ସବ-ଜୁନିଅର ହକି ପ୍ରତିଯୋଗିତା ଆରମ୍ଭ ହୋଇଥିଲା, ଏହି ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ଜୋନରୁ ସଫଳ ହୋଇଥିବା ମୋଟ 9 ଟି ଦଳ ଅଂଶଗ୍ରହଣ କରିଥିଲେ l ଆଜିର ଫାଇନାଲ ମ୍ୟାଚ ଇ.ଏମ ଆର.ଏସ କିରମିରା ଏବଂ କକ୍ସ କଲୋନୀ,ଝାରସୁଗୁଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଖେଳ ଆରମ୍ଭର 2 ମିନିଟ ରେ କକ୍ସ କଲୋନୀ ଏମ.ଇ ସ୍କୁଲ ପ୍ରଥମ ଗୋଲ ଦେଇ ଅଗ୍ରଣୀ ଲାଭ କରିଥିଲା, କିନ୍ତୁ ଦିତ୍ୱୀୟ ଭାଗର 10 ମିନିଟରେ ଇ. ଏମ, ଆର. ଏସ ସଙ୍ଘବଧ ଆକ୍ରମଣ କରି ଗୋଲଟି ପରିଶୋଧ କରି ଦେଇଥିଲେ,ପରେ କକ୍ସ କଲୋନୀ ଆଉ ଏକ ଗୋଲ ଦେଇ ଆଗୁଆ ରହିଥିଲା ଏବଂ ଶେଷରେ 2-1 ଗୋଲରେ ବିଜୟ ଲାଭ କରି ଚାମ୍ପିୟାନ ହୋଇଥିଲା l ଆଜିର ଏହି ପ୍ରତିଯୋଗିତାର ଅନ୍ୟାନ ମ୍ୟାଚରେ ଏଚ. କଟାପାଲି ମହାବିଦ୍ୟାଳୟର ଅଧ୍ୟକ୍ଷ କୈଳାସ ଚନ୍ଦ୍ର ନାୟକ, ପୂର୍ବତନ କ୍ରିକେଟର ଅଶୋକ ପ୍ରଧାନ, ସମାଜର ଜିଲ୍ଲା ପ୍ରତିନିଧି ରତ୍ନାକର ବେହେରା ଏବଂ ସାମ୍ବାଦିକ ପ୍ରଶାନ୍ତ ମାଝୀ ଯୋଗଦେଇ ବିଭିନ୍ନ ମ୍ୟାଚରେ ଖେଳାଳି ମାନଙ୍କ ସହ ପରିଚିତ ହୋଇଥିଲେ l ଏହି ପ୍ରତିଯୋଗିତାଟିକୁ ସୁଜିତ ଲାକ୍ରା, ଶକୁନ ନାୟକ, ପ୍ରଫୁଲ୍ଲ କୁଲ୍ଲୁ, ସଂଗୀତା କୁଲ୍ଲୁ, ସିମନ ବରୁଆ ଏବଂ ଇଲିଆସ ସୂରିନ ପରିଚାଳନା କରିଥିଲେ l ଆସନ୍ତାକାଲି ବିଭିନ୍ନ ଜୋନରୁ ସଫଳ ହୋଇଥିବା ସବ -ଜୁନିଅର ବାଳିକା ମାନଙ୍କର ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ଝାରସୁଗୁଡା ଜିଲ୍ଲା ତଥା ରାଜ୍ୟ ହକି ସଙ୍ଘର ଉପସଭାପତି ଜୀବନ ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l ପରିଶେଷରେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ବିମଲ ତାଣ୍ଡି ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
0 Comments