ସରବାହାଲ ସରସ୍ବତୀ ଶିଶୁ ମନ୍ଦିର ଠାରେ ଗୀତା ଆବୃତ୍ତି ପ୍ରତିଯୋଗୀତା ଉତ୍ସବ ପାଳିତ ହୋଇଯାଇଛି


 ଗୀତା ଆବୃତ୍ତି ପ୍ରତିଯୋଗୀତା ଉତ୍ସବ  ସରସ୍ଵତୀ ଶିଶୁ ମନ୍ଦିର ସରବାହାଲ, ଝାରସୁଗୁଡା ଠାରେ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ମୁଖ୍ୟଅତିଥି ରୂପେ ଶ୍ରୀଯୁକ୍ତ ଦୀପକ ଧବଲିଆ ଶିଶୁ ମନ୍ଦିର ପରିଚାଳନା କମିଟିର ସଭାପତି ଡ.ସରୋଜ କୁଅଁର ଏଵଂ ସମ୍ପାଦକ ଶ୍ରୀଯୁକ୍ତ ସୁବ୍ରତ କୁମାର  ତ୍ରିପାଠୀ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ଉଦଘାଟନ କରିବା ସହିତ ଗୀତାର ମହତ୍ତ୍ଵ ବିଷୟରେ ଶିଶୁଙ୍କୁ କହିଥିଲେ। ଏହି କାର୍ଯ୍ୟକ୍ରମ ରେ ପ୍ରଥମ ରୁ ସପ୍ତମ ଶ୍ରେଣୀ ପର୍ୟ୍ୟନ୍ତ ୬୦ ଜଣ ଶିଶୁ ଭାଇ ଏଵଂ ଭଉଣୀ ଗୀତା ଆବୃତ୍ତି କରିଥିଲେ। ଉକ୍ତ ପ୍ରତିଯୋଗିତାରେ ସୂର୍ଯ୍ୟକାନ୍ତ ପାଣିଗ୍ରାହୀ, ସଲିନୀ ସାହୁ, ସୃତିଶୁଧା ମହାନ୍ତି, ତୃପ୍ତିମୟୀ କିସାନ, ଦିବ୍ୟାଂଶ ମିଶ୍ର, ଦୁର୍ଗାମାଧବ ଶତପଥୀ, ଡିଲେଶ୍ୱରି ସାହୁ, ସୃତି ନନ୍ଦିନୀ ପଶ୍ଚାୟତ, ଜୟଶ୍ରୀ ନାୟକ  ପ୍ରଥମ, ଦ୍ୱିତୀୟ ଏଵଂ ତୃତୀୟ ସ୍ଥାନ ଗ୍ରହଣ କରିଛନ୍ତି। ଏହି  କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ବିଜୟ କୁମାର ପଟେଲ ଅତିଥିଙ୍କ ପରିଚୟ ପ୍ରଦାନ ଦେବା ବେଳେ ମିଲି ପଟେଲ ଗୁରୁମା  ଏହି କାର୍ଯ୍ୟକ୍ରମ ର ସଂଯୋଜକ ଥିଲେ, ପିଙ୍କି ବରାଳ ଗୁରୁମା ମଞ୍ଚ ସଞ୍ଚାଳନ , ସଂଯୁକ୍ତା ମେହେର ଗୁରୁମା ଅଭିଭାଷଣ ପ୍ରଦାନ କରିଥିଲେ। ମମତା ଦାଶ, କବିତା ପଟେଲ, ଜ୍ୟୋତି ନାୟକ, ମିନାକ୍ଷୀ ପଣ୍ଡା ଗୁରୁମା ସମେତ ଅନ୍ୟ ସମସ୍ତ ଗୁରୁଜୀ ଗୁରୁମା କାର୍ଯ୍ୟକ୍ରମ ରେ ସହଯୋଗ ଦେଇ ଏହାକୁ ସାଫଲ୍ୟ ମଣ୍ଡିତ ହୋଇଥିଲା।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done