ଶିକ୍ଷକ କମ ଥିବାରୁ ସ୍କୁଲରେ ତାଲା ପକାଇଲେ ଅଭିଭାବକ


 ଶିକ୍ଷକ କମ ଥିବାରୁ ସ୍କୁଲରେ ତାଲା ପକାଇଲେ ଅଭିଭାବକ ।

ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ବନ୍ଧବାହାଲର ଗାଁ ସ୍କୁଲ ରେ ତାଲା ପକାଇଛନ୍ତି ଅଭିଭାବକ ମାନେ ।୧ ରୁ ୮ ଶ୍ରେଣୀ ପର୍ଯ୍ୟନ୍ତ ଥିବା ଏହି ସ୍କୁଲରେ ବହୁ ଦିନ ଧରି ଶିକ୍ଷକ ଅଭାବ ଯୋଗୁଁ ଆଜି ବହୁ ଛାତ୍ରଛାତ୍ରୀ ମାନଙ୍କ ଅଭିଭାବକ ମାନେ ଆସି ତାଲା ପକାଇ ଦେଇଥିବା ଦେଖି ବାକୁ ମିଳିଛି ।କିଛି ମାସ ଆଗରୁ DO କୁ ପତ୍ର ମାଧ୍ୟମରେ ଲେଖି ଜଣାଇଥିଲେ ।ଆଗରୁ ୬ ଶିକ୍ଷକ ଏହି ସ୍କୁଲରେ ଶିକ୍ଷା ଦେଉଥିବା ବେଳେ ଗୋଟିଏ ଶିକ୍ଷକ କୁ ଅନ୍ୟ ଜାଗାକୁ ବଦଳି କରାଯିବା ଦ୍ଵାରା  ଏବେ ମାତ୍ର ୫ ଟି ଶିକ୍ଷକ ଥିବା ଏବଂ ଗୋଟିଏ ବ୍ୟକ୍ତି କାରଣରୁ  ଦେଢ଼ ମାସ ହେବା ଛୁଟିରେ ଥିବା ବେଳେ ଆଜି ଆଉ ଗୋଟିଏ ଶିକ୍ଷକ ନିଜ ବ୍ୟକ୍ତିଗତ କାରଣରୁ ଛୁଟି କରିଥିବା ଜଣାପଡିଛି ।ଆଜି ମାତ୍ର ୩  ତିନୋଟି ଶିକ୍ଷକ ଏହି ସ୍କୁଲରେ ଆସିଥିବା ଦେଖିବାକୁ ମିଳିଥିଲା ।ଏ ବିଷୟରେ CRCC ତୀର୍ଥବାସୀ ପଧାନଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଯେଉଁ ଶିକ୍ଷକକୁ ବଦଳି କରାଯାଇଛି ତାଙ୍କୁ ପୁନଃ ଏହି ସ୍କୁଲକୁ ଆଣିବା ପାଇଁ BO ନୋଟିସ କରିଥିବା ସତ୍ବେ ସେ ଏ ପର୍ଯ୍ୟନ୍ତ କାର୍ଯ୍ୟରେ ଯୋଗ ଦେଇ ନ ଥିବା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done