ସାମାନ୍ୟ ବର୍ଷାରେ ବଢ଼େଇମୁଣ୍ଡା ମୁଖ୍ୟ ରାସ୍ତା ଉପରେ ପାଣି ଲୋକେ ହସ୍ତତନ୍ତ


 ସାମାନ୍ୟ ବର୍ଷାରେ ମୁଖ୍ୟ ରାସ୍ତା ଉପରେ ପାଣି ଲୋକେ ହସ୍ତତନ୍ତ। ଝାରସୁଗୁଡ଼ା ସହରର ବଢେଇ ମୁଣ୍ଡା ମୁଖ୍ୟ ଛକ ଠାରୁ ଘନଶ୍ୟାମ ହେମଲତା ସ୍କୁଲ କୁ ସଂଯୋଗ କରୁଥିବା ମଝି ଭାଗ ରାସ୍ତା ଉପରେ ରାତିରେ ବର୍ଷା ହେବା ଫଳରେ ରାସ୍ତା ଉପରେ ଆଣୁଏ ପାଣି ଜମି ରହିବାରୁ ଆଜି ସକାଳୁ ଗାଡ଼ି ଚାଳକ ଶିଳ୍ପାନୁଷ୍ଠାନ କର୍ମଚାରୀ ଛାତ୍ର ଛାତ୍ରୀ ସମେତ ବାଟୋଇ ଯିବା ଆସିବା ସମୟରେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ରାସ୍ତା ଉପରେ ବଡ଼ ବଡ଼ ଗାତ ହେବା ଫଳରେ ପାଣି ଜମୁଥିବାରୁ ଏଭଳି ଅବସ୍ଥା ହେଉଥିବା ବେଳେ ବିଜେଡ଼ି ସରକାର ସମେତ ବର୍ତମାନ ବିଜେପି ସରକାର ସମୟରେ ଏହାର ସ୍ଥାୟୀ ସମାଧାନ ନ ହେବା ଝାରସୁଗୁଡ଼ା ପାଇଁ ଏକ ଦୁର୍ଭାଗ୍ୟଜନକ ପରିସ୍ଥିତି। ବିକାଶ ନାଁ ରେ ବଡ଼ ବଡ଼ ପ୍ରତିଶ୍ରୁତି ଦେଉଥିବା ବେଳେ ଏହାର ସ୍ଥାୟୀ ସମାଧାନ ଆଜି ପର୍ଯ୍ୟନ୍ତ ହୋଇନାହିଁ। ରାତି ସମୟରେ ଷ୍ଟ୍ରୀଟ ଲାଇଟ୍ ଜଳୁ ନ ଥିବାରୁ ଗାଡ଼ି ଚାଳକ ଶିଳ୍ପାନୁଷ୍ଠାନ କର୍ମଚାରୀ ଛାତ୍ର ଛାତ୍ରୀ ସମେତ ବାଟୋଇ ଯିବା ଆସିବା ସମୟରେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଏହାର ମରାମତି ପାଇଁ ଦୀର୍ଘ ଦିନରୁ ଦାବି ହେଉଛି।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done