ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ଶ୍ରୀ ବିଜୟାଦଶମୀ ପାଳନ


 ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଝାରସୁଗୁଡା ନଗର ପକ୍ଷରୁ ଶକ୍ତିର ଆରାଧନା ପର୍ବ ଶ୍ରୀ ବିଜୟାଦଶମୀ ତଥା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରତିଷ୍ଠା ଦିବସ ଉପଲକ୍ଷେ ପଥସଞ୍ଚାଳନ ଅନୁଷ୍ଠିତ ହୋଇଯାଇଛି । ମଙ୍ଗଳବଜାର ସରସ୍ବତୀ ଶିଶୁ ମନ୍ଦିର ରୁ ବାହାରି ନଗର ପରିକ୍ରମା କରି ବଢ଼େଇମୁମୁଣ୍ଡା ସ୍ଥିତ ପାଞ୍ଛା ବଗିଚା ରେ ପହଂଚିଥିଲା । ନଗର ରେ ଲାଗୁଥିବା ବିଭିନ୍ନ ଶାଖା ରୁ ଶତାଧିକ ସ୍ୱୟଂସେବକ ଘୋଷ ବାଦ୍ୟ ସହ ଏହି ପଥସଞ୍ଚାଳନରେ ଯୋଗଦେଇ ଶକ୍ତିର ସମାହର ରୂପୀ ମାଁ ଦୁର୍ଗାଙ୍କ ଆରାଧନା ସହ ଶସ୍ତ୍ର ପୂଜନ କରାଯାଇଥିଲା । ନଗରର ବିଭିନ୍ନ ସ୍ଥାନରେ ସ୍ୱୟଂସେବକ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନ କରାଯାଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସମାଜସେବୀ ତଥା ଉଦ୍ୟୋଗୀ ଶ୍ରୀ ନାଗମଣି ମିଶ୍ର ଯୋଗଦେଇଥିଲେ ସମ୍ମାନିତ ଭାବେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଝାରସୁଗୁଡା ଜିଲ୍ଲା ସଂଘଚାଲକ ଶ୍ରୀ ଯୁଧିଷ୍ଠିର ବେହେରା ନଗର ସଂଘଚାଲକ ଶ୍ରୀ ସୁରେଶ ଗାନ୍ଧୀ ଏବଂ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଓଡିଶା ପଶ୍ଚିମ ପ୍ରାନ୍ତ ପ୍ରଚାର ପ୍ରମୁଖ ଶ୍ରୀ ମହେଶ୍ୱର ବେହେରା ଯୋଗ ଦେଇ ଉପସ୍ଥିତ ଥିବା ସ୍ୱୟଂସେବକ ଓ ଅତିଥି ମାନଙ୍କ ମଧ୍ୟରେ ସଂଘ ତାର ସତାବ୍ଦି ବର୍ଷ କାର୍ଯ୍ୟ ବିସ୍ତାର ରୂପେ ସମାଜ ରେ ପଞ୍ଚ ପରିବର୍ତ୍ତନ ଯଥା ନାଗରିକ କର୍ତ୍ତବ୍ୟ,ସାମାଜିକ ସମରସତା,ସ୍ଵଭାବ,ପରିବାର ପ୍ରବୋଧନ ଏବଂ ପର୍ଯ୍ୟାବରଣ ପାଇଁ ସଂଘର ସ୍ୱୟଂସେବକ ଆଗାମୀ ଦିନରେ କାର୍ଯ୍ୟ କରିବା ନେଇ ମତ ପ୍ରକାଶ କରିଥିଲେ । ଅତିଥି ଭାବେ ଆର୍ ଏସ ଏସ ର ଜିଲ୍ଲା କାର୍ଯ୍ୟବାହ ଶ୍ରୀ ସୁଜିତ ପଣ୍ଡା,ବିଷ୍ଣୁ ମହାନ୍ତି, ଏବଂ ବିଭାଗ ସହ ଶାରୀରିକ ପ୍ରମୁଖ ନବୀନ ପଶାୟତ, ଝାରସୁଗୁଡା ଜିଲ୍ଲା ପ୍ରଚାରକ ଲକ୍ଷ୍ମଣ ଦେହୁରୀ ଯୋଗଦେଇଥିଲେ । କାର୍ଯ୍ୟକ୍ରମକୁ ଝାରସୁଗୁଡା ନଗର କାର୍ଯ୍ୟବାହ ଶ୍ରୀ ତରୁଣ ବନଛୋର, ସହ ନଗର କାର୍ଯ୍ୟବାହ ଶ୍ରୀ ସତ୍ୟେନ୍ଦ୍ର ସିଂ ପରମାର ପରିଚାଲନ କରିଥିଲେ ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done