ବ୍ରଜରାଜନଗର - ଝାରସୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ରାଜପୁର ଗ୍ରାମପଞ୍ଚାୟତ ଅଧିନସ୍ଥ କଟାପାଲି ଖେଳ ପଡିଆରେ ଚାଲିଥିବା ଗଣପତି କ୍ଲବ୍ ଦ୍ଵାରା ୨୯ତମ ମା' ସମଲେଇ ନୂଆଁଖାଇ ଭେଟଘାଟ ଫୁଟବଲ୍ ପ୍ରତିଯୋଗିତାର ଆଜି ତୃତୀୟ କ୍ୱାଟର ଫାଇନାଲ ଦିବସ ଅନୁଷ୍ଠିତ ହୋଇଯାଇଛି । ଗଣପତି କ୍ଲବ୍ ର ସଭାପତି ଈଶ୍ୱର ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ ତୃତୀୟ କ୍ୱାଟର ଫାଇନାଲ ଦିନରେ ଓଡ଼ିଶା କ୍ରୀଡା ସଂଘ ଉପସଭାପତି ଓ ଝାରସୁଗୁଡ଼ା ଜିଲ୍ଲା କ୍ରୀଡା ସଂଘ ସାଧାରଣ ସମ୍ପାଦକ ତାପସ ରାୟ ଚୌଧିରି,ସାନଘୁମୁଡା ପୂର୍ବତନ ସରପଞ୍ଚ ବୁଦ୍ଧଦେବ ଭୋଇ,ରାଜପୁର ପୂର୍ବତନ ସମିତି ସଭ୍ୟ ଗଣେଶ ବାଗ,ଗୋଣ୍ଡୱାନା ଗୋଣ୍ଡ ମହାସଭା ରାଷ୍ଟ୍ରୀୟ ସଚିବ ହେମନ୍ତ ଧୁରୁଆ,ବିଜୟ ବେହେରା,ସମାଜସେବୀ ରାଜୀବ ପାଟ୍ଟଯୋଷି ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ । ଆଜିର ତୃତୀୟ କ୍ୱାଟର ଫାଇନାଲ ଜେ.ଏମ.ଏମ.ପି. କିରାରମା ଓ ଗଇଯୋର୍ ସୁନ୍ଦରଗଡ଼ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ କିରାରମା ଦଳ ୧-୦ ଗୋଲରେ ଜିତି ସେମିଫାଇନାଲରେ ପ୍ରବେଶ କରିଛି । ଖେଳର ଧାରା ବିବରଣୀ ଅଶୋକ ବେହେରା ପ୍ରଦାନ କରିଥିବା ବେଳେ କ୍ଲବର ଉପଦେଷ୍ଟା ପଶ୍ନ ପ୍ରଧାନ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଖେଳ ପରିଚାଳନା ଟାରଜନ ବିଶ୍ଵାଳ,ପଦ୍ମଲୋଚନ ଭଇଁଷା,ଅରୁଣ ପ୍ରଧାନ ଓ ସୁଶାନ୍ତ ପଟେଲ ମ୍ୟାଚ କମିଶନର ଥିଲେ । ୪ ତାରିଖ ବୁଧବାର ଦିନ ଚତୁର୍ଥ କ୍ୱାଟର ଫାଇନାଲ ମାଣିକେଶ୍ଵରୀ କ୍ଲବ ରତାଖଣ୍ଡି ସହିତ ଷ୍ଟାର ଏକାଦଶ ଦର୍ଲିପାଲି ମଧ୍ୟରେ ଖେଳାଯିବ । ଗଣପତି କ୍ଲବର ସଦସ୍ୟ ଭାଗରଥି ପ୍ରଧାନ,ଦୁର୍ଗାପ୍ରସାଦ ନାଏକ,ବିଜୟ ଭୋଇ,ନରେଶ ପ୍ରଧାନ,ସରୋଜ ବାରିକ,ନିମେଇ ସାହୁ,ଦୀପକ ଭୋଇ,କୁଞ୍ଜବନ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।
0 Comments