ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ଅଭିନବ ପ୍ରୟାସ କ୍ରମେ ଜିଲ୍ଲା କାର୍ଯ୍ୟାଳୟ ତଥା ସଂଲଗ୍ନ କାର୍ଯ୍ୟାଳୟରେ କାର୍ଯ୍ୟରତ ମହିଳା ଓ ଜିଲ୍ଲା କାର୍ଯ୍ୟାଳୟକୁ ଅଭିଯୋଗ ତଥା ଅନ୍ୟାନ୍ୟ ସେବା ପାଇଁ ଆସୁଥିବା ମହିଳାମାନଙ୍କ ସକାଶେ ସ୍ଥାପିତ ହୋଇଛି ସୁବିଧା କେନ୍ଦ୍ର ବା କ୍ରେଚ ସେଣ୍ଟର । ଏହି କେନ୍ଦ୍ରରେ ଛୋଟ ଛୋଟ ଶିଶୁଙ୍କ ଖେଳିବା ପାଇଁ ବିଭିନ୍ନ ପ୍ରକାର ଖେଳନାର ବ୍ୟବସ୍ଥା କରାଯାଇଛି। ଏଥି ସହିତ ଟିଭି ମାଧ୍ୟମରେ ଶିଶୁମାନଙ୍କ ମନୋରଞ୍ଜନର ବ୍ୟବସ୍ଥା ମଧ୍ୟ କରାଯାଇଛି।ଏଥି ସହିତ ଏଠାରେ ଶିଶୁମାନଙ୍କୁ ସ୍ତନ୍ୟପାନ କରାଇବା ପାଇଁ ମଧ୍ୟ କକ୍ଷ ସ୍ଥାପନା କରାଯାଇଛି। ଏହା ଦ୍ବାରା କର୍ମକ୍ଷେତ୍ରରେ କାର୍ଯ୍ୟରତ ମହିଳା ତଥା ଅନ୍ୟ ମହିଳାମାନେ ଉପକୃତ ହୋଇପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି। ଆଜି ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ଜିଲ୍ଲା କାର୍ଯ୍ୟାଳୟର ତଲମହଲାରେ ସ୍ଥାପିତ ଏହି କ୍ରେଚ ସେଣ୍ଟର "କଳିକା" ଉଦ୍ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ଆରକ୍ଷୀ ଅଧିକ୍ଷକ ସ୍ମିତ ପି ପରମାର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଓ ନିର୍ବାହୀ ଅଧିକାରୀ ପ୍ରବୀର କୁମାର ନାୟକ,ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ବ୍ରଜବନ୍ଧୁ ଭୋଇ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) କିଶୋର ଚନ୍ଦ୍ର ସ୍ୱାଇଁ, ଉପଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା , ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଜୟକୃଷ୍ଣ ନାୟକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଭୋଇ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ପୂଣ୍ୟବତୀ ହେଲେନ ଖେସ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣା,ଜିଲ୍ଲା ଖଣିଜ ପାଣ୍ଠିର ରୀନା ନାୟକ , ରୁଦ୍ରାକ୍ଷ ଶେଖର ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।
0 Comments