ବ୍ରଜରାଜନଗର - ଝାରସୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ରାଜପୁର ଗ୍ରାମପଞ୍ଚାୟତ ଅଧିନସ୍ଥ କଟାପାଲି ଖେଳ ପଡିଆରେ ଚାଲିଥିବା ଗଣପତି କ୍ଲବ୍ ଦ୍ଵାରା ୨୯ତମ ମା' ସମଲେଇ ନୂଆଁଖାଇ ଭେଟଘାଟ ଫୁଟବଲ୍ ପ୍ରତିଯୋଗିତାର ବୁଧବାର ଚତୁର୍ଥ କ୍ୱାଟର ଫାଇନାଲ ଦିବସ ଅନୁଷ୍ଠିତ ହୋଇଯାଇଛି । ଗଣପତି କ୍ଲବ୍ ର ସଭାପତି ଈଶ୍ୱର ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ ଚତୁର୍ଥ କ୍ୱାଟର ଫାଇନାଲ ଦିନରେ ମୁଖ୍ୟ ଅତିଥି ଭାବରେ ଡାକ୍ତର ସରୋଜ କୁମାର ପ୍ରଧାନ,ସାନଘୁମୁଡା ପୂର୍ବତନ ସରପଞ୍ଚ ବୁଦ୍ଧଦେବ ଭୋଇ,ଲୋଇସିଂ ପୂର୍ବତନ ସରପଞ୍ଚ ଦୁଷ୍ମନ୍ତ ପଟେଲ,ସମାଜସେବୀ ରାଜୀବ ପାଟ୍ଟଯୋଷି,ଗୋବିନ୍ଦ ଚନ୍ଦ୍ର ସାହୁ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ । ଆଜିର ଚତୁର୍ଥ କ୍ୱାଟର ଫାଇନାଲ ମାଣିକେଶ୍ଵରୀ କ୍ଲବ ରତାଖଣ୍ଡି ଓ ଷ୍ଟାର ଏକାଦଶ ଦର୍ଲିପାଲି ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ରତାଖଣ୍ଡି ଦଳ ୪-୧ ଗୋଲରେ ଜିତି ସେମିଫାଇନାଲରେ ପ୍ରବେଶ କରିଛି । ଖେଳର ଧାରା ବିବରଣୀ ଅଶୋକ ବେହେରା ପ୍ରଦାନ କରିଥିଲେ । ଖେଳ ପରିଚାଳନା ନବୀନ ଦେଓ,କ୍ଷୀରୋଦ ଗର୍ଡିଆ,କିଶୋର ମାଝୀ,ଅରୁଣ ମିର୍ଦ୍ଧା ଓ ସୁଶାନ୍ତ ପଟେଲ ମ୍ୟାଚ କମିଶନର ଥିଲେ । ୫ ତାରିଖ ଗୁରୁବାର ଦିନ ପ୍ରଥମ ସେମିଫାଇନାଲ ସନ୍ତୋଷି କ୍ଲବ ରାମପୁର ସହିତ ଯେ.ଏମ.ଏମ.ପି କିରାରମା ମଧ୍ୟରେ ଖେଳାଯିବ । ଗଣପତି କ୍ଲବର ଉପଦେଷ୍ଟା ପଶ୍ନ ପ୍ରଧାନ,ଭାଗରଥି ପ୍ରଧାନ,ଦୁର୍ଗାପ୍ରସାଦ ନାଏକ,ବିଜୟ ଭୋଇ,ନରେଶ ପ୍ରଧାନ,ସରୋଜ ବାରିକ,ମକରଧ୍ବଜ ପ୍ରଧାନ,ଟାରଜନ ବିଶ୍ଵାଳ,ନିମେଇ ସାହୁ,ଦୀପକ ଭୋଇ,କୁଞ୍ଜବନ ପ୍ରଧାନ,ଆକାଶ କେରକେଟା,ଦିଲୀପ ମିର୍ଦ୍ଧା,ନରେଶ ଖଡ଼ିଆ ପ୍ରମୁଖ ସହଯୋଗ କରିଥିଲେ ।
0 Comments