ଝାରସୁଗୁଡ଼ା ଜିଲ୍ଲାରେ ନୂତନ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଭାବରେ ଯୋଗଦେଲେ ଜେନାମଣି ବିଭୁତି ଭୂଷଣ ରଏ l ସେ ପୂର୍ବରୁ ଷ୍ଟେଟ ବାୟୋ କେମିଷ୍ଟ ଲ୍ୟାବରୋଟେରୀ ରେ କାର୍ଯ୍ୟର ତଥିବା ବେଳେ ଆଜି ବୁଧବାର ଦିନ ଝାରସୁଗୁଡା ଜିଲ୍ଲା କୃଷି ଅଧିକାରୀ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବତନ ଜିଲ୍ଲା କୃଷି ଅଧିକାରୀ ଙ୍କର ବଦଳି ପରେ ଜିଲ୍ଲା କୃଷି ଅଧିକାରୀ ଭାବରେ କୋଲାବିରା କୃଷି ଅଧିକାରୀ ପୃଥିଵିରାଜ ମଣ୍ଡଳ ଦାୟିତ୍ୱ ତୁଲାଉଥିଲେ ଏବଂ ଶ୍ରୀ ରାୟ ଦାୟିତ୍ୱ ଗ୍ରହଣ କରିବା ପରେ ଦାୟିତ୍ୱ ରେ ଥିବା କୃଷି ଅଧିକାରୀ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି l ତେବେ ଜିଲ୍ଲା କୃଷି ଅଧିକାରୀ ଅଫିସ ରେ ଥିବା ସମସ୍ତ କର୍ମଚାରୀ ମାନେ ନୂତନ କୃଷି ଅଧିକାରୀ ଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ। ଚାଷୀ ମାନଙ୍କର ସମସ୍ୟାର ସମାଧାନ ମୋର ମୂଲ୍ୟ ଲକ୍ଷ୍ୟ ହେବ ବୋଲି ନୂତନ ଜିଲ୍ଲା କୃଷି ଅଧିକାରୀ ଜେନାମଣି ବିଭୁତି ଭୂଷଣ ରଏ କହିଛନ୍ତି l
0 Comments