ଝାରସୁଗୁଡ଼ା ଜିଲ୍ଲା କାର୍ଯ୍ୟାଳୟ ସ୍ଥିତ ଜନ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେଙ୍କ ଅଧ୍ୟକ୍ଷତାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଛି। ଶିବିରରେ ଆଇ ଏ ଏସ୍ ପ୍ରବେଶନର ସର୍ବାନନ ସି., ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ପ୍ରବୀର କୁମାର ନାୟକ, ଉପଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ନିମାଇଁ ଚରଣ ନାୟକ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଲମ୍ବୋଦର ବୁଡ଼ା,ବିଡିଓ ପୂର୍ଣ୍ଣଚନ୍ଦ୍ର ଭୋଇ, ସହକାରୀ ଜିଲ୍ଲାପାଳ ଉମାକାନ୍ତ ପ୍ରଧାନଙ୍କ ସମେତ ଜିଲ୍ଲା ଓ ବ୍ଲକ ସ୍ଥରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଶିବିରରେ ମୋଟ ୭୧ଟି ଅଭିଯୋଗ ଆଗତ ହୋଇଥିବା ବେଳେ ତନ୍ମଧ୍ୟରୁ ୧୩ଟି ସାମୁହିକ ୫୮ଟି ବ୍ୟକ୍ତିଗତ।ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତଥା ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ କାର୍ଯ୍ୟାଳୟରେ ଭାରତ ସିକ୍ୟୁରିଟି ସର୍ଭିସ ଅଧୀନରେ କାର୍ଯ୍ୟରତ କର୍ମଚାରୀ ମାନଙ୍କୁ ନିୟମିତ ବେତନ ପ୍ରଦାନ, ବଘରାଚକା ଅଞ୍ଚଳରେ କଲ୍ୟାଣ ମଣ୍ଡପ ନିମନ୍ତେ ଉଦ୍ଦିଷ୍ଟ ଜାଗାକୁ ଜନୈକ ବ୍ୟକ୍ତି ନିଜ ନାମରେ କରାଇଥିବା ଓ ଏହାକୁ ଖାରଜ କରାଯିବା ସମ୍ବନ୍ଧେ, ବୃନ୍ଦାମାଲରେ ସରକାରୀ ଜମି ଜବରଦଖଲ, ବେଲ ପାହାଡ଼ ୱାର୍ଡ଼ ନମ୍ବର ୧୯ରେ କମ୍ୟୁନିଟି ସେଣ୍ଟର ଜମି ଜବରଦଖଲ , ଗଣ୍ଡଘୋରାରେ ପୁରୁଣାବସ୍ତି ଓ ଚାଷ ଜମିକୁ ବନ୍ୟା ଦାଉରୁ ରକ୍ଷା ପାଇଁ ସୁରକ୍ଷା ପ୍ରଦାନ , ହିର୍ମା ପଞ୍ଚାୟତ ଅନ୍ତର୍ଗତ କୁମ୍ଭାରୀ କ୍ୟାମ୍ପ ବାସିନ୍ଦାଙ୍କ ନୂଆ ତାଲିକା ପ୍ରସ୍ତୁତି ଓ ବିସ୍ଥାପନ ଜନିତ ସୁବିଧା ପ୍ରଦାନ ,ଦେବାଡିହି ଆଶ୍ରମ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ , ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ, ସିସିଏ ଓ ଏଲ୍ ସି ସି ଏଙ୍କୁ ବଦଳି ଓ ସ୍ୱୟଂ ସହାୟକ ଗୋଷ୍ଠୀ ପରିବର୍ତ୍ତନ , ଏଚ . କଟାପାଲି ଗ୍ରାମରେ ରାସ୍ତା ଓ ସରକାରୀ ଜମି ଜବର ଦଖଲ ଏବଂ ପାହାଡ଼ି ମନ୍ଦିର ଚତୁଃପାର୍ଶ୍ବରେ ଥିବା ସରକାରୀ ଜମି ଚିହ୍ନଟ ତଥା ଏହାର ସୁରକ୍ଷା ସମ୍ପର୍କିତ
ସାମୁହିକ ଅଭିଯୋଗ ଅଭିଯୋଗ ସମ୍ପର୍କରେ ଶୁଣାଣି କରାଯାଇଥିଲା। ସେହିପରି ଶିବିରରେ ବିଭିନ୍ନ ବ୍ୟକ୍ତିଗତ ଅଭିଯୋଗ ସମ୍ପର୍କରେ ଶୁଣାଣି କରାଯାଇଥିଲା। ତିନି ଜଣଙ୍କୁ ଚିକିତ୍ସା ବାବଦକୁ ରେଡକ୍ରସ ତରଫରୁ ୩୫ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଆଗତ ଅଭିଯୋଗଗୁଡ଼ିକର ଯଥା ଶୀଘ୍ର ସମାଧାନ ପାଇଁ ଜିଲ୍ଲାପାଳ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
0 Comments