ଉଦ୍ଘାଟନ ପରଠୁ ଶୌଚାଳୟ ରେ ଝୁଲୁଛି ତାଲା


 ସୋ ପିସ ଶୌଚାଳୟ

ଉଦ୍ଘାଟନ ପରଠୁ ଝୁଲୁଛି ତାଲା

ଝାରସୁଗୁଡ଼ା ପୌରପରିଷଦ ତରଫରୁ  ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ସହର ର ଅନେକ ସ୍ଥାନରେ ସୁନ୍ଦରିଆ ଶୌଚାଳୟ ତିଆରି ହୋଇ ବଡ଼ ବଡ଼ ଫଳକ ମଧ୍ୟ ଲାଗିଛି ହେଲେ  ଉଦ୍ଘାଟନ ଦିନଠୁ ଝୁଲୁଛି ତାଲା ଏମଏମପି ମାର୍କେଟ, ସଂସ୍କୃତି ଭବନ, ବସ ଷ୍ଟାଣ୍ଡ ଛକ ଶୁକ୍ରବଜାର ସାମ୍ନା ଓ ସର୍ବାହଲ ଠାରେ ଥିବା ନୂତନ ନିର୍ମିତ ଶୌଚାଳୟ ରେ ସୂଚନା ଫଳକ ଓ ତାଲା ଶୋଭାପାଉଛି । ଝାରସୁଗୁଡା ଏକ ଶିଳ୍ପନଗରୀ ଦୂରଦୂରାନ୍ତରୁ ଲୋକ କାମ ପାଇଁ ନୀତି ଆସିଥିବା ବେଳେ ଶୌଚାଳୟ ପାଇଁ ଅନେକ ହଟହଟା ହେଉଥିବା ବେଳେ  ସହର ଭିତରେ ପୁରୁଣା ଶୌଚାଳୟ ସବୁ ଏବେ ଜବରଦଖଲ କାରୀଙ୍କ ମୋବାଇଲ ଦୋକାନ ରେ ରୂପାନ୍ତରିତ ହୋଇ ସାରିଥିବା ବେଳେ ପୁଣି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ନୂତନ ଶୌଚାଳୟ କରି ତାଲା ପକେଇ ରଖିବାର ଉଦେଶ୍ୟ ବୁଝିପାରୁନାହାନ୍ତି ଝାରସୁଗୁଡ଼ାବାସୀ । ଜିଲ୍ଲା ପ୍ରଶାସନ ଏଥିପ୍ରତୀ ଧ୍ୟାନ ଦେଇ ଶୌଚାଳୟ ଖୋଲିବାକୁ ଦାବି ହେଉଛି

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done