ଝାରସୁଗୁଡ଼ା ସହର ସମେତ ଆଖପାଖ ଅଞ୍ଚଳରେ ଆଜି ପବିତ୍ର ରଥଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି


 ପବିତ୍ର ରଥଯାତ୍ରା ମହାସମାରୋହରେ ପାଳିତ। ଝାରସୁଗୁଡ଼ା ସହର ସମେତ ଆଖପାଖ ଅଞ୍ଚଳରେ ଆଜି ପବିତ୍ର ରଥଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି।ସହରର ସରଵାହାଲ, ଝଣ୍ଡାଛକ, ପୁରୁଣା ଵସ୍ତି, ବିଟିଏମ ସମେତ ଝାରସୁଗୁଡ଼ା ଜିଲ୍ଲା ର ସର୍ବ ପୁରାତନ ରଥଯାତ୍ରା କୁକୁରଜଙ୍ଘାରେ ଆଜି ରଥଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ସରଵାହାଲ ଅଂଚଳର ରଥଯାତ୍ରା ରେ ବିଜେଡି କାଉନସିଲର ଗୀତାଞ୍ଜଳି ପଣ୍ଡା ରଥଯାତ୍ରା ରେ ସାମିଲ୍ ହୋଇଥିବା ବେଳେ ଜଗନ୍ନାଥ ମନ୍ଦିର ର ପୂଜକ ଅଜୟ ମିଶ୍ର ପୂଜାର୍ଚ୍ଚନା କରିବା ସହିତ ତିନି ଠାକୁର ଙ୍କ ପହଣ୍ଡି ବିଜେ ସହିତ ଛେରାପହଁରା ନୀତି ଅନୁଷ୍ଠିତ ହୋଇଥିଲା।ଏହି ପରିପ୍ରେକ୍ଷୀରେ କୀର୍ତନ ମଣ୍ଡଳୀ ଯୋଗ ଦେଇ କୀର୍ତନ ଅନୁଷ୍ଠିତ ହୋଇଥିବା ବେଳେ ସରଵାହାଲ ତଥା ଆଖପାଖ ଅଞ୍ଚଳର ଶତାଧିକ ଭକ୍ତ ଙ୍କ ଜନସମାଗମ ଦେଖିବାକୁ ମିଳିଥିଵା ବେଳେ ଶହେରୁ ଅଧିକ ଦୋକାନ ଲାଗିଥିବା ବେଳେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା।ତିନି ଠାକୁରଙ୍କୁ ରଥରେ ଵସାଇ ରଥଟଣା ଅନୁଷ୍ଠିତ ହୋଇଥିଲା। ଠିକ୍ ସେହିପରି ସହରର ଝଣ୍ଡାଛକ ପୁରୁଣା ଵସ୍ତି ବିଟିଏମ ଠାରେ ରଥଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଝଣ୍ଡାଛକ ରେ ପ୍ରବଳ ଭିଡ଼ ହୋଇଥିବା ବେଳେ ମୁଖ୍ୟ ରାସ୍ତା ଉପରେ ଟ୍ରାଫିକ ଜାମ ଦେଖିବାକୁ ମିଳିଥିଲା। ହିନ୍ଦୁ ଏକତା ମଞ୍ଚ ଝାରସୁଗୁଡ଼ା ର ବିବେକାନନ୍ଦ ମିଶ୍ର ହରିଶଙ୍କର ପୁରୋହିତ ନିମାଇଁ ଚରଣ ବେହେରା ସମେତ ସକ୍ରିୟ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ।ସହର ଉପକଣ୍ଠ କୁକୁରଜଙ୍ଘା ରେ ରଥଯାତ୍ରା ମହାସମାରୋହରେ ପାଳିତ ହୋଇଥିବା ବେଳେ ତିରିଶି ହଜାରରୁ ଅଧିକ ଭକ୍ତଙ୍କ ଜନସମାଗମ ଦେଖିବାକୁ ମିଳିଥିବା ବେଳେ ଛେରା ପହଁରା ସହିତ ରଥଟଣା ଅନୁଷ୍ଠିତ ହୋଇଥିଵା ବେଳେ ବିଭିନ୍ନ ମନୋରଞ୍ଜନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା।ଏହି ପରିପ୍ରେକ୍ଷୀରେ ଝାରସୁଗୁଡ଼ା ପୋଲିସ୍ ପ୍ରଶାସନ ପକ୍ଷରୁ ଶାନ୍ତି ପାଇଁ ପୋଲିସ୍ ମୃତୟନ ହୋଇଥିଲେ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done