ଜିଲ୍ଲା କଂଗ୍ରେସ ପକ୍ଷରୁ ଝାରସୁଗୁଡା ଟାଉନ ଥାନାରେ ଥାନା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ


 ଆଜି ଝାରସୁଗୁଡା ଜ଼ିଲ୍ଲା ଯୁବକଂଗ୍ରେସ, ଜ଼ିଲ୍ଲା ଛାତ୍ର କଂଗ୍ରସର ମିଳିତ ଉଦ୍ୟମରେ ତଥା ଜ଼ିଲ୍ଲା କଂଗ୍ରେସ କମିଟିର ସହଯୋଗ ଏବଂ ପ୍ରତ୍ୟକ୍ଷ ତତ୍ୱାବଧାନରେ ଝାରସୁଗୁଡା ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଜରିଆରେ ଓଡିଶା ରାଜ୍ୟ ପୋଲିସ ମହାନିର୍ଦ୍ଧେଶକଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲାl ପ୍ରକାଶ ଥାଉକି ଗତ 2 ଜୁଲାଇ, ମଙ୍ଗଳବାରଦିନ "ଭାରତୀୟ ଜନତା ଯୁବମୋର୍ଚା"ଯାହାକି ଭାରତୀୟ ଜନତା ପାର୍ଟି,ର ଏକ ଶାଖା ବିଶେଷ ଙ୍କ ସଦସ୍ୟଙ୍କ ଦ୍ୱାରା ଭୁବନେଶ୍ୱର ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ ନେତା ଶ୍ରୀଯୁକ୍ତ ରାହୁଲ ଗାନ୍ଧୀଙ୍କ ପ୍ରତି ଆକ୍ଷେପଜନକ ନାରାବାଜି ସମେତ ଅପରାଧମୂଳକ କାର୍ଯ୍ୟ କରିଥିଲେ ଓ କଂଗ୍ରେସ ଦଳ ତରଫରୁ ପୋଲିସ ପାଖରେ ତୁରନ୍ତ ଅଭିଯୋଗ ହେଲାପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇ  ରାଜ୍ୟ ପୋଲିସ ମହାନିର୍ଦ୍ଧେଶକଙ୍କ ଉଦେଶ୍ୟରେ ଦାବିପତ୍ର ଦିଆଯାଇଥିଲା. ଏହି କାର୍ଯ୍ୟକ୍ରମରେ ଜ଼ିଲ୍ଲା ଯୁବକଂଗ୍ରେସ ସଭାପତି ଶାହରୁଖ ଖାନ, , ଜ଼ିଲ୍ଲା କଂଗ୍ରେସ ସଭାପତି ସୁବ୍ରତ କୁମାର ପ୍ରଧାନ, ଉପସଭାପତି ପୂନ୍ୟବାନ ନାଏକ ସହର ସଭାପତି ଦେବାନନ୍ଦ ବାରିକ,ଜିଲ୍ଲା ସାଧାରଣ ସମ୍ପାଦକ ଅଲେଖ କୁମାର, ଖlଟୁ ପାଲ,ଛାତ୍ର ସମ୍ପାଦକ ଆଦର୍ଶ ଗାନ୍ଧୀ, ମହେଶ ପଧାନ ଙ୍କ ସହ ସହର ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ ଙ୍କ ସହିତ ଅନେକ କଂଗ୍ରେସକର୍ମୀ ପ୍ରମୁଖ ଯୋଗଦାନ କରିଥିଲେ

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done