କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଂକୁ ସାକ୍ଷାତ କରି ଝାରସୁଗୁଡାରେ ଦ୍ବିତୀୟ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଦାବି କରିଛନ୍ତି । ଝାରସୁଗୁଡାରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ସହ ଆବଶ୍ୟକ ସଂଖ୍ୟକ ଷ୍ଟାଫ ନିଯୁକ୍ତି ପାଇଁ ଦାବି ଜଣାଇଛନ୍ତି ।
ସେହିପରି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମ ମୋହନ ରାଇଡୁଂକୁ ସାକ୍ଷାତ କରି ଦିଲ୍ଲୀ-ଝାରସୁଗୁଡା ସେକ୍ଚରରେ ଦ୍ବିତୀୟ ବିମାନ ଚଳାଚଳ, ଝାରସୁଗୁଡାରୁ ହାଇଦ୍ରାବାଦ, ମୁମ୍ବାଇ ଓ ଅଯୋଧ୍ୟାକୁ ବିମାନ ସେବା ଦାବି କରିଛନ୍ତି ।
ଏଥିସହ ଦ୍ରୂତଗାମୀ ଦୁରନ୍ତ ଏକ୍ସପ୍ରେସର ଝାରସୁଗୁଡାରେ ଏବଂ ଇସ୍ପାତ ଏକ୍ସପ୍ରେସର ବାଗଡିହି ଷ୍ଚେସନରେ ରହଣି ଲାଗି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଂକ ଠାରେ ଦାବି ଜଣାଇଛନ୍ତି ।ଆଜି ନୂଆଦିଲ୍ଲୀରୁ ଝାରସୁଗୁଡାକୁ ଫେରିବା ପରେ ଦଳୀୟ କର୍ମୀ ଓ ସମର୍ଥକ ମାନେ ବିଧାୟକ ଟଂକଧର ତ୍ରିପାଠୀଂକୁ ବିମାନବନ୍ଦର ଠାରେ ସ୍ବାଗତ କରିଥିଲେ । ଏହି ଅବସରରେ ଶ୍ରୀ ତ୍ରିପାଠୀ ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ ଝାରସୁଗୁଡା ଦେଇ ଯାଇଥିବା ଏନଏଚ-୪୯କୁ ଚାରି ଥାକିଆ କରାଯିବା ଠାରୁ ଆରମ୍ଭ କରି ଦ୍ବିତୀୟ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା, ଝାରସୁଗୁଡାରେ ରେଳ ସେବା କ୍ଷେତ୍ରରେ ଉନ୍ନତି, ଦୂରନ୍ତ ଏକ୍ସପ୍ରେସ ଟ୍ରେନର ଝାରସୁଗୁଡାରେ ରହଣୀ ଭଳି ବହୁ ସମସ୍ୟା ଓ ଦାବିକୁ ନେଇ ବିଭାଗୀୟ ମନ୍ତ୍ରୀ ମାନଂକ ସହ ସକାରାତ୍ମକ ଆଲୋଚନା ହୋଇଛି । ପ୍ରାଥମିକତା ଦେଇ ଝାରସୁଗୁଡାର ବିଭିନ୍ନ ଦାବି ପୂରଣର ନିର୍ଭର ପ୍ରତିଶୃତି ମିଳିଛି । ଝାରସୁଗୁଡାର ସାମଗ୍ରୀକ ବିକାଶ ଦିଗରେ ସବୁ ମହଲରୁ ସହଯୋଗ ଲୋଡା ଯାଉଛି । ଯାହାକି ଆଗାମି ଦିନରେ ସୁଫଳ ଦେବ ବୋଲି ବିଧାୟକ ମତ ବ୍ୟକ୍ତ କରିଛନ୍ତି ।
0 Comments