ଝାରସୁଗୁଡ଼ା ଜିଲ୍ଲା ଗୋର୍ଖା ସମାଜ ପକ୍ଷରୁ ଓଏସଏପି ଠାରେ ସମାଜ ର ବରିଷ୍ଠ କର୍ମକର୍ତ୍ତା ଙ୍କ ଗହଣ ବୈଠକରେ ନୂତନ କର୍ମକର୍ତ୍ତା ଚୟନ ଓ ମନୋନୀତ କରାଯାଇଛି। ସର୍ଵ ସମ୍ମତ୍ତି କ୍ରମେ ଗୋର୍ଖା ସମାଜ ର ନିର୍ଦେଶକ ଭାବେ ଆଇନଜୀବୀ ଗୀତା ରାଣା ସଭାପତି ଭାବେ ଶ୍ରୀ ଗଣେଶ ସୁନାର ,ଉପ ସଭାପତି ଶ୍ରୀ ଇନ୍ଦ୍ର ନାରାୟଣ ରାନା , ସାଧାରଣ ସମ୍ପାଦକ ଭାବେ ରାନୀ ସୁନାର, ସହ ସମ୍ପାଦକ ଶ୍ରୀ ରାମ କୁମାର ରାନା କୋଷାଧକ୍ଷ ଶ୍ରୀମତୀ ପୁର୍ନକଳା ରାଇ କାର୍ଯ୍ୟକାରୀ ସଦଶ୍ୟ ଭାବେ ଶ୍ରୀମତୀ ମିନା ଲାମା ଶ୍ରୀ ସୁମାନ ଗୁରୁଙ୍ଗ , କରିସ୍ମା ପୁନ ,ରେଖା ତାମଙ୍ଗ ସାବିତ୍ରୀ ତାମଙ୍ଗ ଶୋଭା ତାମଙ୍ଗ ଶ୍ରୀ ପ୍ରଦୀପ ସୁନାର ଙ୍କୁ ନୂତନ କର୍ମକର୍ତ୍ତା ଭାବେ ମନୋନୀତ ହୋଇଥିଲେ। ଏହି ଅବସର ରେ ସଭାପତି ଗଣେଶ ସୁନାର ଆଗାମୀ ସମୟରେ ସମାଜ ର ସାଙ୍ଗଠାନିକ କାର୍ଯ୍ୟ ରେ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ ନୂତନ କର୍ମକର୍ତ୍ତା ମାନେ ଶପଥ ଗ୍ରହଣ କରି ସମାଜ ପ୍ରତି ସବୁବେଳେ ଅଙ୍ଗୀକାରବଦ୍ଧ ଭାବେ କାର୍ଯ୍ୟ କରିବା ପାଇଁ ସହମତି ପ୍ରକାଶ କରିଥିଲେ।
0 Comments