ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓ ଜିଲ୍ଲା ଅବକାରି ବିଭାଗ ର ମିଳିତ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ନିଶା ଦ୍ରବ୍ଯ ସେବନ ଓ ଅବୈଧ ଚଲାଣ ବିରୋଧ ଦିବସ-୨୦୨୪ ( International Day against Drug Abuse and Illicit Trafficking-2024) ପାଳିତ ହୋଇଛି । ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) କିଶୋର ଚନ୍ଦ୍ର ସ୍ଵାଇଁ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲା ବେଳେ ଉପ ଜିଲ୍ଲାପାଳ ସବ୍ଯସାଚି ପଣ୍ଡା , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣା, DSWO ପୁନ୍ଯବତି ହେଲେନଖେସ୍ , ଅବକାରି ବିଭାଗ ଅଧିକାରି (Exice Superintendent)ସମ୍ମାନିତ ଅତିଥି ରୂପେ ଏବଂ ପି,କେ।,ଏସ୍,ଏସ୍ ମହାବିଦ୍ୟାଳୟ ର ଅଧ୍ୟାପିକା ସବିତା ନୟକ ମଖ୍ୟ ବକ୍ତା ରୁପେ ଯୋଗ ଦେଇଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋପଲକ୍ଷ୍ମୀ ହୋତା ପ୍ରାକ ସୂଚନା ପ୍ରଦାନ କରିଥିଲା ବେଲେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ପ୍ରତିଭା ବେହେରା ସଭା ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ରେ କାର୍ଯ୍ୟରତ ଅନୁଷ୍ଠାନ /ପିପୁଲ୍ସ ଫୋରମ, VJSS ,ORDER ରୁ କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ । ସକାଲ ୮ ଟା ରେ ଜିଲ୍ଲାପାଲ କାର୍ଯ୍ୟାଳୟ ଠାରୁ ବେହେରାମାଲ ପର୍ଯ୍ୟନ୍ତ ଏକ ସଚେତନତା ପଦଯାତ୍ରା କରାଯିବା ସହ ବକୃତା ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଅତିରିକ୍ତ ଜିଲ୍ଲାପାଳ ପୁରସ୍କାର ବିତରଣ କରିଥିଲେ। । ପରିଶେଷ ରେ ଅବକାରି Inspector ପ୍ରତିଭା ବନ୍ଦନା ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
0 Comments