ବ୍ରଜରାଜନଗର ବିଧାୟକ ସୁରେଶ ପୂଜାରୀଙ୍କୁ ଦିଲ୍ଲୀରୁ ଡାକରା


 କେନ୍ଦ୍ରୀୟ ମନ୍ତ୍ରୀଙ୍କ ସହ ଆଲୋଚନା ପାଇଁ ସୁରେଶ ପୂଜାରୀ କରିଛନ୍ତି ଦିଲ୍ଲୀ ଗସ୍ତ । କିଏ ହେବ ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ ? ଏହା ଏକ ପ୍ରଶ୍ନ ଥିବା ବେଳେ ସୁରେଶ ପୂଜାରୀଙ୍କୁ ଦିଲ୍ଲୀ ଡାକରା ହୋଇଛି । ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ କାହାକୁ କରାଯିବ ତାକୁ ନେଇ ସସପେନ୍ସ ରହିଛି । ଆଉ ଏମିତି ସମୟରେ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ନୂତନ ବିଧାୟକ ସୁରେଶ ପୂଜାରୀ ଦିଲ୍ଲୀ ଗସ୍ତ କରିଛନ୍ତି । ସେଠାରେ ସେ କେନ୍ଦ୍ରୀୟ ମନ୍ତ୍ରୀ ମାନଙ୍କ ସହିତ ଆଲୋଚନା ଆଲୋଚନା କରିବାର ସମ୍ଭାବନା ରହିଛି । ତେବେ ମୁଖ୍ୟମନ୍ତ୍ରୀ ରେସରେ ସୁରେଶ ପୂଜାରୀଙ୍କ ନାଁ ରହିଛି । ଏହାରି ଭିତରେ ସୁରେଶ ପୂଜାରୀଙ୍କ ଦିଲ୍ଲୀ ଗସ୍ତକୁ ନେଇ ଚର୍ଚ୍ଚା ଜୋର ଧରିଛି । ଆସନ୍ତାକାଲି ଓଡ଼ିଶାରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ । ସକାଳେ ବିଧାୟକ ଦଳ ବୈଠକ ବସିବ । ହେଲେ କିଏ ମୁଖ୍ୟମନ୍ତ୍ରୀ ହେବେ ତାହା ସ୍ପଷ୍ଟ ହୋଇନାହିଁ । ଆଉ ଏପରି ସମୟରେ ସୁରେଶ ପୂଜାରୀ ଦିଲ୍ଲୀରେ ଅଛନ୍ତି ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done