ବିଜେପି ସରକାର ଗଠନ ହେବା ପରେ ବିଜେପି ଦେଇଥିବା ପ୍ରତିଶୃତି କୁ ପାଳନ କଲେ ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ ।
ଶ୍ରୀମନ୍ଦିର ୪ ଦ୍ବାର ଖୋଲିବା ନିର୍ବାଚନ ପ୍ରଚାର ବେଳେ ପ୍ରସଙ୍ଗ ପାଲଟିଥିଲା । ବିଜେପି ଏହି ପ୍ରସଙ୍ଗକୁ ବାରମ୍ବାର ଉଠାଇଥିଲା । ଏହାସହ ନୂଆ ସରକାର ଆସିବା ପରେ ହିଁ ଶ୍ରୀମନ୍ଦିର ୪ ଦ୍ବାର ଭକ୍ତଙ୍କ ପାଇଁ ଖୋଲାଯିବ ବୋଲି ବିଜେପି ପ୍ରତିଶ୍ରୁତି ଦେଇଥିଲା । ନିଜେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଚାର ବେଳେ ଏହି କଥା କହିଥିଲେ । ମୋହନ ମାଝୀଙ୍କ ସରକାର ଶପଥ ଗ୍ରହଣ ପରେ ଏହି ପ୍ରତିଶ୍ରୁତି ପ୍ରଥମେ ପାଳନ କରିଛନ୍ତି । ଶପଥ ଗ୍ରହଣର ପରେ ପରେ ଶ୍ରୀମନ୍ଦିର ୪ ଦ୍ଵାର ଖୋଲାଯାଇଛି । ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଓ ଖୁସି ଭରିଯାଇଛି । କଥା ଦେଇ, କଥା ରଖିଛନ୍ତି ନୂଆ ସରକାର । ଶ୍ରୀମନ୍ଦିର ୪ ଦ୍ବାର କୁ ଭକ୍ତ ମାନଙ୍କ ପାଇଁ ଖୋଲାଯାଇଛି । ମଙ୍ଗଳ ଆଳତି ପରେ ଶ୍ରୀମନ୍ଦିର ୪ ଦ୍ବାର ଖୋଲାହେଲା । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ଅନ୍ୟ ମନ୍ତ୍ରୀମାନେ ବି ଏହି ସମୟରେ ଉପସ୍ଥିତ ରହିଥିଲେ । ୪ ଦ୍ବାର ଖୋଲିବା ପରେ ଶ୍ରୀମନ୍ଦିରକୁ ପ୍ରବେଶ କରି ଭକ୍ତ କରୁଛନ୍ତି ଶ୍ରୀଜିଉଙ୍କ ଦର୍ଶନ । ବିନା ବାଧାରେ ମନ୍ଦିର ଭିତରକୁ ଯାଉଛନ୍ତି ହଜାର ହଜାର ଭକ୍ତ ।
0 Comments