ବିଭିନ୍ନ ପ୍ରାକୃତିକ ତଥା ମନୁଷ୍ୟ କୃତ ବିପର୍ଯ୍ୟୟ ର ମୁକାବିଲା ସକାଶେ ପ୍ରସ୍ତୁତି ସମ୍ପର୍କିତ ଜିଲ୍ଲା ସ୍ତରୀୟ ଟେବୁଲ ଟପ୍ ଏକ୍ସରସାଇଜ ବୈଠକ ଜିଲ୍ଲା ଖଣିଜ ପାଣ୍ଠି ପ୍ରତିଷ୍ଠାନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) କିଶୋର ଚନ୍ଦ୍ର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଚଳିତ ମାସ ୧୮ରେ ଜିଲ୍ଲା ତଥା ସମସ୍ତ ବ୍ଲକ ଓ ପୌରପାଳିକା ସ୍ତରରେ ଟେବୁଲ ଟପ ଏକ୍ସରସାଇଜ ଅନୁଷ୍ଠିତ ହେବ। ସେହିପରି ଓ ୧୯ ତାରିଖରେ ଲଖନପୁର ବ୍ଲକସ୍ଥିତ ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀ ମହୁଦି ଓ କନକତୋରାରେ ମକ୍ ଡ୍ରିଲ ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଛି। ଏହି ପ୍ରସ୍ତୁତି ବୈଠକରେ ବିଭିନ୍ନ ବିଭାଗ ପକ୍ଷରୁ ପ୍ରାକୃତିକ ବିପର୍ଯ୍ୟୟର ପୂର୍ବ ଓ ପରବର୍ତ୍ତୀ ପଦକ୍ଷେପ ନେବା ଦିଗରେ ଭୂମିକା ଦାୟିତ୍ୱ ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା। ବିଭାଗୀୟ ଅଧିକାରୀମାନେ ସମ୍ପୃକ୍ତ ବିଭାଗର ପ୍ରସ୍ତୁତି ସମ୍ପର୍କିତ ପିପିଟି ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଡିପିଓ ପ୍ରଶାନ୍ତ ମିଶ୍ର ମକ୍ ଡ୍ରିଲ ସମ୍ପର୍କିତ ତଥ୍ୟ ପାୱାର ପଏଣ୍ଟ ମାଧ୍ୟମରେ ଉପସ୍ଥାପନ କରିଥିଲେ।
0 Comments