ଜିଲ୍ଲାରେ ଶିଶୁ ଶ୍ରମିକ ପ୍ରଥା ନିରାକରଣ ସକାଶେ ସଚେତନତା କାର୍ଯ୍ୟକ୍ରମ


 ଜିଲ୍ଲାରେ ଶିଶୁ ଶ୍ରମିକ ପ୍ରଥା ନିରାକରଣ ସକାଶେ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ ଅଂଶ ସ୍ୱରୂପ ସଚେତନତା ରଥ ଚଳିତ ଜୁନ ମାସ ତିରିଶ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ବ୍ୟାପୀ ପରିଭ୍ରମଣ କରିବ। ଏହି ପରିପ୍ରେକ୍ଷୀରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ସଚେତନତା ରଥର ଶୁଭାରମ୍ଭ କରିଛନ୍ତି ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ । ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ପତାକା ଦେଖାଇ ସଚେତନତା ରଥର ଶୁଭାରମ୍ଭ କରିଥିଲେ। ଚଳିତ ଜୁନ ମାସ ଶେଷ ପର୍ଯ୍ୟନ୍ତ ଏହି ରଥ ଜିଲ୍ଲା ବ୍ୟାପୀ ପରିଭ୍ରମଣ କରିବା ସହ  ଝାରସୁଗୁଡା ଜିଲ୍ଲାକୁ ଶିଶୁ ଶ୍ରମମୁକ୍ତ ଜିଲ୍ଲାରେ ପରିଣତ କରିବା ସକାଶେ ସଚେତନତା ସୃଷ୍ଟି କରିବ। ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ଶ୍ରମ ଅଧିକାରୀ ସୁନିତା କିସାନ , ସହକାରୀ ଶ୍ରମ ଅଧିକାରୀ ସୁସ୍ମିତା ବିଶ୍ୱାଳ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ପୂଣ୍ୟବତୀ ହେଲେନ ଖେସ,ପି ଓ ବୃନ୍ଦାବତୀ ପଣ୍ଡା ,ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣା,ଜିଲ୍ଲା ନିୟୋଜନ ଓ ଦକ୍ଷତା ବିକାଶ ଅଧିକାରୀ ସଂଗୀତା ମେହେରଙ୍କ ସମେତ ବିଭିନ୍ନ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀ  

ଉପସ୍ଥିତ ଥିଲେ ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done