ଏପ୍ରିଲ ୨୫ ତାରିଖ ରୁ ଖରା ଛୁଟି


 ଏପ୍ରିଲ ୨୫ ତାରିଖ ରୁ ଖରା ଛୁଟି । ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଏବଂ ପାଣିପାଗ ବିଭାଗରେ ସୂଚନା କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୨୫ ତାରିଖରେ ରାଜ୍ୟବ୍ୟାପୀ ଖରା ଛୁଟି ଘୋଷଣା କରିଛନ୍ତି । କିନ୍ତୁ ୨୨ ଏପ୍ରିଲ ରୁ ୨୪ ତାରିଖ ତିନିଦିନ ପର୍ଯ୍ୟନ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟ ଗୁଡିକକୁ ଖୋଲିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ସକାଳ ୬.୩୦ ରୁ ୧୦.୩୦ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲିବା ପାଇଁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ଏହି ତିନିଦିନ ବିଦ୍ୟାଳୟ ଖୋଲା ଯିବାର ବିଶେଷ କାରଣ ରହିଛି । ଏହି ତିନି ଦିନରେ ଛାତ୍ରଛାତ୍ରୀ ମାନଙ୍କୁ କଣ ଗୃହକାର୍ଯ୍ୟ ଦିଆଯିବ, ଘରେ ରହି ସେମାନେ କିଭଳି ପାଠ ପଢାକୁ ବଜାୟ ରଖିବେ ତାହାର ପ୍ରଣାଳୀ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଜଣାଇବେ । ଏହି ତିନିଦିନ ପରେ ଅର୍ଥାତ୍ ୨୫ ତାରିଖ ରୁ ସମ୍ପୂର୍ଣ୍ଣ ଖରା ଛୁଟି ଘୋଷଣା କରିଛନ୍ତି ଗଣ ଶିକ୍ଷା ବିଭାଗ । ତେବେ ବିଦ୍ୟାଳୟ କେବେ ଖୋଲିବ  ତାହା ସୂଚନା ଦିଆଯାଇ ନ ଥିବା ବେଳେ ଆଗାମୀ ପର୍ଯ୍ୟାୟରେ ବିଦ୍ୟାଳୟ କେବେ ଖୋଲିବ ତାହା ମଧ୍ୟ ଘୋଷଣା କରାଯିବ । ତେବେ ଆମେ ଏଠାରେ ଜଣାଇ ଦେବାକୁ ଚାହୁଛୁ ଯେ ଏହି ଖରା ଛୁଟି କେବଳ ଛାତ୍ରଛାତ୍ରୀଙ୍କ ପାଇଁ ଅଟେ । ଶିକ୍ଷକ ଶିକ୍ଷୟତ୍ରୀ ବିଦ୍ୟାଳୟକୁ ଯିବେ ଏବଂ ରାଜ୍ୟ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଯେଉଁ ଗାଇଡ ଲାଇନ ଦିଆଯିବ ସେହି ହିସାବରେ କାର୍ଯ୍ୟ କରିବେ ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done