ସାଧାରଣ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ସରିଛି । ସମସ୍ତ ପ୍ରାର୍ଥୀ ନିଜ ନିଜ ପ୍ରାର୍ଥୀପତ୍ର ଦାଖଲ କରିବା ପରେ ପ୍ରାର୍ଥୀଙ୍କ ସତ୍ୟପାଠକୁ ନେଇ ଏଡିଆର ରିପୋର୍ଟ ସାମ୍ନାକୁ ଆସିଛି । କାହାର ସମ୍ପତି କେତେ ରହିଛି ଏହି ଏଡିଆର ରିପୋର୍ଟରେ ଉଲ୍ଲେଖ ରହିଛି । ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଦୀପାଳି ଦାସଙ୍କ ଏଡିଆର ରିପୋର୍ଟ ମଧ୍ୟ ସାମ୍ନାକୁ ଆସିଛି । ଦୀପାଳିଙ୍କ ପାଖରେ ରହିଛି ୧୫ କୋଟିରୁ ଅଧିକ ସମ୍ପତ୍ତି । ଏଡିଆର ରିପୋର୍ଟ ଅନୁସାରେ ଦୀପାଳିଙ୍କ ୧୪ କୋଟି ୪୭ ଲକ୍ଷ ଟଙ୍କା ସ୍ଥାବର ସମ୍ପତ୍ତିର ମୂଲ୍ୟ ରହିଥିବା ବେଳେ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୬୩ ଲକ୍ଷ ୬୯ ହଜାର ଟଙ୍କା । ଆଉ କେବଳ ୨୦ ଗ୍ରାମର ଗହଣା ରହିଛି ତାଙ୍କ ପାଖରେ । ତାଙ୍କ ପ୍ରାର୍ଥୀପତ୍ରର ସତ୍ୟପାଠରେ ଏହା ହିଁ ଉଲ୍ଲେଖ ରହିଛି । ଗହଣାର ମୂଲ୍ୟ ୧ ଲକ୍ଷ ୪୬ ହଜାର ଟଙ୍କା । ଦୀପାଳିଙ୍କ ନାଁରେ କୌଣସି ଗାଡ଼ି ନାହିଁ । ହାତରେ ଅଛି ମାତ୍ର ୫୨ ହଜାର ନଗଦ ଟଙ୍କା ଏବଂ ଦୀପାଳିଙ୍କ ନାଁରେ କୌଣସି ଋଣ ମଧ୍ୟ ନାହିଁ । ଦିପାଳୀଙ୍କ ସମ୍ବଲପୁର ଆକ୍ସିସ୍ ବ୍ୟାଙ୍କରେ ୫ ଲକ୍ଷ ୫୫ ହଜାର ଟଙ୍କା ରହିଛି । ଏବଂ ଆଇସିଆଇସିଆଇ ବ୍ୟାଙ୍କରେ ୧୧ ଲକ୍ଷ ୫୨ ହଜାର ଟଙ୍କା ରହିଛି । ଭୁବନେଶ୍ବର ୟୁକୋ ବ୍ୟାଙ୍କରେ ମଧ୍ୟ ୧୦ ଲକ୍ଷ ୬୩ ହଜାର ଟଙ୍କା ରଖିଛନ୍ତି ଦୀପାଳି । ବ୍ୟାଙ୍କ୍ ଅଫ୍ ବରୋଦା ଝାରସୁଗୁଡ଼ା ଶାଖାରେ ୩୩ ଲକ୍ଷ ୯୯ ହଜାର ଟଙ୍କା ରହିଛି ଦୀପାଳିଙ୍କ ନାମରେ । ଦୀପାଳିଙ୍କ ସତ୍ୟପାଠ କୁ ନେଇ ଏଡିଆର୍ ରିପୋର୍ଟରେ ଏହା ହିଁ ହେଉଛି ଝାରସୁଗୁଡ଼ା ବିଧାୟିକା ଦିପାଳୀ ଦାସଙ୍କ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତିର ତାଲିକା ।
0 Comments