ମହାନଦୀ ଡ଼ଙ୍ଗା ବୁଡି ଘଟଣା ରେ ଆଜି ସକା ଳ 5 ଟା ରୁ ଆରମ୍ଭ ହୋଇଛି ପୁଣି ସର୍ଚ୍ଚ ଅପରେସନ l ମୃତ୍ୟୁ ସଂଖ୍ୟା 7 l କାଲି ଜଣେ ମହିଳାଙ୍କ ମୃତ ଶରୀର ଉଦ୍ଧାର କରାଯାଇଥିଲା।ମୃତକ ଜଣକ ଛତିଶଗଡ଼ ଖରସିଆଁର ରାଧିକା ନିଶାଦ ବୋଲି ଜଣାପଡିଛି l l 2 ଟି ଓଡ୍ରାଫ ଟିମ ଏବେ ସର୍ଚ୍ଚ ଅପରେସନ ଜାରି ରଖିଥିବାବେଳେ ସ୍କୁବା ଡ୍ରାଇଭିଂ ଟିମ ଝାରସୁଗୁଡା ପହଂଚି ସାରିଛନ୍ତି l l ଡ଼ଙ୍ଗାରେ ପ୍ରାୟ 54 ଜଣ ଯାତ୍ରୀ ବରଗଡ ବାଞ୍ଜିପାଲିରୁ ଝାରସୁଗୁଡା ସରଧା ଡ଼ଙ୍ଗା ଘାଟକୁ ଆସୁଥିଲେ l ସେମାନଙ୍କ ମଧ୍ୟରେ 45 ଜଣ ଛତିଶଗଡ ଅଂଚଳର ଥିଲେ l ସେମାନେ ବରଗଡ଼ ପଥରାସେନୀ କୁ ପୂଜାର୍ଚ୍ଚନା ପାଇଁ ଯାଇ ଫେରୁଥିବବେଳେ ସରଧା ଘାଟ ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା l ଡ଼ଙ୍ଗାରେ ଥିବା ବରଗଡ ଓ ଝାରସୁଗୁଡା ଅଂଚଳର 9 ଜଣ ତଥା ଛତିଶଗଡ଼ର 37 ଜଣ ଜୀବିତ ଉଦ୍ଧାର ହୋଇଥିବା ଜଣାପଡିଛି l ଛତିଶଗଡର ଯାତ୍ରୀ ମାନଂକୁ ପ୍ରାଥମିକ ଚିକିତ୍ସାପରେ ଛତିଶଗଡ ପ୍ରଶାସନ ନିଜ ଜିଲ୍ଲାକୁ ନେଇଥିବା ଜଣାପଡ଼ିଛି l ତେବେ ଆଜି ଆଉ ତିନି ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ମୃତକଙ୍କ ମଧ୍ୟରେ ଦୁଇ ଜଣ ନାବାଳକ ଓ ଜଣେ ଜଣେ ମହିଳା ଅଛନ୍ତି । ପିକେଶ୍ୱର ରାଠିଆ,ନବୀନ ରାଠିଆ ଏବଂ ରାଧିକା ରାଠିଆ ଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ବର୍ତ୍ତମାନ ମୃତକଙ୍କ ସଂଖ୍ୟା 7 କୁ ପହଞ୍ଚିଥିବା ବେଳେ ଏବେ ମଧ୍ୟ ଜଣେ ନିଖୋଜ ଅଛନ୍ତି । ମୃତକ ମାନେ ଛତିଶଗଡ଼ର ବାସିନ୍ଦା ବୋଲି ଜଣାପଡିଛି ।
0 Comments