ଝାରସୁଗୁଡ଼ା ସହର ସମେତ ଆଖପାଖ ଅଞ୍ଚଳରେ ହୋଲି ପର୍ବ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି


 ହୋଲି ପର୍ବ ମହା ଆଡ଼ମ୍ବରରେ ପାଳିତ। ଝାରସୁଗୁଡ଼ା ସହର ସମେତ ଆଖପାଖ ଅଞ୍ଚଳରେ ହୋଲି ପର୍ବ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି। ସହରରେ ସଵୁ ସମାଜର ଲୋକ ବସବାସ କରୁଥିବା ବେଳେ ଆଜି ହୋଲି ପର୍ବ ଅବସରରେ ସମସ୍ତେ ଏକତ୍ରିତ ହୋଇ ହୋଲି ପର୍ବ ଖେଳିଲେ। ରବିବାର ରାତିରେ ସହରର କାଳି ମନ୍ଦିର, ଝଣ୍ଡା ଛକ, ମନମୋହନ ପଡ଼ିଆ ,ସରବାହାଲ, ଵିଟିଏମ ପଡ଼ିଆ ବଡ଼ମାଳ ସମେତ ବିଭିନ୍ନ ଅଂଚଳରେ କାଠ  ଜାଳୀ ହୋଲିକା ପୋଡ଼ା କରିଥିଲେ।ସହରର ସରବାହାଲ,ଝଣ୍ଡା ଛକ, ରେଳଷ୍ଟେସନ, ପୁରୁଣା ବସଷ୍ଟାଣ୍ଡ, ବେହେରାମାଲ,ଵିଟିଏମ ,ବଡ଼ମାଳ ସମେତ ବିଭିନ୍ନ ଅଂଚଳର ମୁଖ୍ୟ ରାସ୍ତା କଡ଼ରେ ଅସ୍ଥାୟୀ ଦୋକାନ ଖୋଲି ଗତ ଚାରି ଦିନରୁ ବିଭିନ୍ନ ରଙ୍ଗ ଵିକି ହେଉଥିବା ବେଳେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଆଜି ସହରର ବିଭିନ୍ନ ସାମାଜିକ ଅନୁଷ୍ଠାନ ବିଭିନ୍ନ କ୍ଲବ ବିଭିନ୍ନ ଶିକ୍ଷାନୁଷ୍ଠାନ ବିଭିନ୍ନ ମନ୍ଦିରରେ ପୂଜାର୍ଚ୍ଚନା ସହିତ ହୋଲି ପର୍ବ ପାଳନ ହୋଇଥିବା ବେଳେ ସହରର ଵୁଡାପଡା ଭିନ୍ନକ୍ଷମ ବିଦ୍ୟାଳୟ ରେ ହୋଲି ପର୍ବ ନିଆଁରେ ଢଙ୍ଗରେ ପାଳନ ଅବସରରେ ଝାରସୁଗୁଡ଼ା ୟଙ୍ଗ ଷ୍ଟାର୍ ଚେରୁଟେଵୁଲ ଟ୍ରଷ୍ଟର ସଭାପତି ଅରବିନ୍ଦ ବାରିକ, ରାଜେଶ୍ ପାଢୀ, ଆଲୋକ ପାଣିଗ୍ରାହୀ, ନିମାଇଁ ଚରଣ ବେହେରା, ବିଜୟ ସାଇଗଲ ସମେତ କର୍ମକର୍ତ୍ତା ଭିନ୍ନକ୍ଷମ ବିଦ୍ୟାଳୟ ର ପ୍ରତିଷ୍ଠାତା ବିବେକାନନ୍ଦ ମିଶ୍ର ସମେତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ମମତା ଦାଶ ଗୁଣନିଧି ଭଈସା, ହରିଶଙ୍କର ପୁରୋହିତ ସମେତ ବିଦ୍ୟାଳୟ କର୍ମଚାରୀ ସମେତ ଛାତ୍ର ଛାତ୍ରୀ ମାନଙ୍କ ସହିତ ହୋଲି ପର୍ବ ପାଳନ କରିଥିଲେ । ହୋଲି ପର୍ବ ପାଇଁ ସହର ଉପକଣ୍ଠ ତାଲପଟିଆ ଠାରେ ଆଜି ଚବିଶ ପ୍ରହରୀ ନାମ ସଂକୀର୍ତ୍ତନ ଉଦ୍ ଯାପିତ ହୋଇଥିବାବେଳେ ସହର ଉପକଣ୍ଠ ବଡ଼ମାଳ ଠାରେ ଆସନ୍ତା ଗୁରୁବାର ଦିନ ଚବିଶ ପ୍ରହରୀ ନାମ ସଂକୀର୍ତ୍ତନ ଉଦ୍ ଯାପିତ ହେଵ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି। ଏହି ପରିପ୍ରେକ୍ଷୀରେ ସହରର ବିଭିନ୍ନ ସ୍ଥାନରେ ସମସ୍ତେ ଏକତ୍ରିତ ହୋଇ ହୋଲି ଖେଳିଥିବା ବେଳେ ସମସ୍ତେ ସମସ୍ତଙ୍କୁ ଵଧାଇ ଦେଇ ଏକତ୍ରିତ ହୋଇ ଭୋଜନ କରିଥିବାବେଳେ ସହରର ବିଭିନ୍ନ ସ୍ଥାନରେ ଭୋଜି ଭାତର ଅୟୋଜନ ହୋଇଥିବା ବେଳେ ସହରର ବିଭିନ୍ନ ଛକରେ ହୋଲି ପର୍ବ ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ପକ୍ଷରୁ ପୋଲିସ୍ ମୁତୟନ କରାଯାଇଥିଲା।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done