ଆଜି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ 108ତମ ଜୟନ୍ତୀ ଉପଲକ୍ଷେ ଝାରସୁଗୁଡା ରେ ବିଜୁପ୍ରେମୀ ମାନେ ବଡମାଲ ଛକ ରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ।ଏହାପରେ ହୋଟେଲ ମେଘଦୂତ କନଫେରେନ୍ସ ହଲରେ ବିଜୁବାବୁଙ୍କ ପାଇଁ ସ୍ମୃତି ସଭାର ଆୟୋଜନ କରାଯାଇଥିଲା।ବିଜୁ ଜନତା ଦଳର ଜିଲ୍ଲା ଉପସଭାପତି ମନୋରଞ୍ଜନ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ମୃତି ସଭାରେ ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ ମିତ୍ରଭାନୁ ସାହୁ, ଜିଲ୍ଲା ଓକିଲ ସଂଘ ସଭାପତି ତ୍ରିନାଥ ଗୁଆଲ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ମିନତୀ ପାତ୍ର, ଜଗନ୍ନାଥ ଭୋଇ, ବିକ୍ରମ ନାଏକ, ପୂର୍ବତନ ସରପଂଚ ଧନୁର୍ଜୟ ସେଠ,ମହାବୀର ସରାଫ, ପୂର୍ବତନ ବ୍ଲକ ସଭାପତି ପ୍ରଦୀପ ବୁଡା, ତୋଫାନ ସିଂ ନାଏକ, ବରିଷ୍ଠ ବିଜେଡି ନେତା ବୁଦ୍ଧିରାମ ସାହୁ, ପୂର୍ବତନ କାଉନସିଲର ପ୍ୟାରେଲାଲ ଶ୍ରୀବାସ୍ତବ ,ବନମାଳୀ ତ୍ରିପାଠୀ ,ଅଭୟ ଜୈନ,ଲୋକନାଥ ରାଉତ,ମନୋଜ ପ୍ରସାଦ ପ୍ରମୁଖ ବିଜୁ ବାବୁଙ୍କ ପାଇଁ ଝାରସୁଗୁଡା ଜିଲ୍ଲା ଗଠନ ହୋଇଥିଲା ବୋଲି କହିବା ସହ ଝାରସୁଗୁଡା କୁ ରାଜ୍ୟର ପ୍ରମୁଖ ଶିଳ୍ପ ଅଞ୍ଚଳ କରିବା ଲକ୍ଷ୍ୟ ଆଜି ପୂରଣ ହୋଇଛି ବୋଲି ମତ ଦିଆଯାଇଛି।ଓଡିଶା ର ବିକାଶ କୁ ଶୀର୍ଷରେ ପହଞ୍ଚାଇବାକୁ ଯେଉଁ ସ୍ୱପ୍ନ ବିଜୁ ବାବୁ ଦେଖିଥିଲେ ତାକୁ ତାଙ୍କର ସୁପୁତ୍ର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗକୁ ନେଉଛନ୍ତି।ଦେଶର ସ୍ବାଧୀନତା ଆନ୍ଦୋଳନରେ ବିଜୁ ବାବୁଙ୍କ ସ୍ମରଣୀୟ ଅବଦାନ ଅଭୁଲା ବୋଲି କହିଥିଲେ ବିଜେଡ଼ି ନେତା ଓ ବିଜୁ ପ୍ରେମୀ।ଏହି ଅବସର ରେ ବିଜୁ ବାବୁଙ୍କୁ ମରଣୋତ୍ତର ଭାବେ ଭାରତ ରତ୍ନ ପ୍ରଦାନ ପାଇଁ ଦାବୀ କରାଯାଇଥିଲା।ଆଜିର ସ୍ମୃତି ସଭାରେ ଝାରସୁଗୁଡା, ଲାଇକେରା, କୋଲାବିରା ଓ କିର୍ମିରା ଅଞ୍ଚଳର ଶତାଧିକ ବିଜୁ ପ୍ରେମୀ ସାମିଲ ହୋଇ ଶ୍ରଦ୍ଧାଞ୍ଜଳୀ ଜଣାଇ ଥିଲେ।
0 Comments