ମହାଶିବରାତ୍ରୀ ପାଇଁ ଚଳଚଞ୍ଚଳ ଝାରସୁଗୁଡ଼ା ସହର


 ମହାଶିବରାତ୍ରୀ ପାଇଁ ଚଳଚଞ୍ଚଳ ଝାରସୁଗୁଡ଼ା ସହର। ଶିଳ୍ପ ନଗରୀ ଝାରସୁଗୁଡ଼ା ସହର ସମେତ ଆଖପାଖ ଅଞ୍ଚଳ ରେ ଆସନ୍ତା କାଲି ମହାଶିବରାତ୍ରି ପାଳନ କରାଯିବ। ମହାଶିବରାତ୍ରୀ ପାଇଁ ସହର ଉତ୍ସବ ମୁଖରିତ ହୋଇ ଉଠିଥିବା ବେଳେ ସହରର ବିଭିନ୍ନ ଶିବ ମନ୍ଦିରରେ ପ୍ରସ୍ତୁତି ପର୍ବ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବା ବେଳେ ସହରର ସରଵାହାଲ ଶିବ ମନ୍ଦିର, ବଟକେଶର ଶିବ ମନ୍ଦିର ,ଝାଡେଶର ଶିବ ମନ୍ଦିର, ପାହାଡି ମନ୍ଦିର, ଵିଟିଏମ ଶିବ ମନ୍ଦିର, ଵୃନ୍ଦାମାଲ ଶିଵ ମନ୍ଦିର ,ସମେତ ବିଭିନ୍ନ ମନ୍ଦିରରେ ମହା ଶିବରାତ୍ରି ପାଇଁ ପ୍ରସ୍ତୁତି ପର୍ବ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବା ବେଳେ ଆଜି ଭୋରରୁ ସହରର ବିଭିନ୍ନ ଶିବ ମନ୍ଦିର ରେ ଭକ୍ତ ଜଳାଭିଷେକ ସହିତ ପୂଜାର୍ଚ୍ଚନା କରିବେ।ସହରର ଝାଡେଶର ଶିବ ମନ୍ଦିର ପାହାଡି ମନ୍ଦିର ଵିଟିଏମ ଶିବ ମନ୍ଦିର ସରଵାହାଲ ଶିବ ମନ୍ଦିର ରେ ଆଜି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ।ସହରର ସର୍ବ ପୁରାତନ ଝାଡେଶର ଶିବ ମନ୍ଦିର ସମ୍ମୁଖରେ ଅସ୍ଥାୟୀ ଦୋକାନ ଲାଗିବ। ଅନ୍ୟପଟେ ଚାରି ଚକିଆ ଦୁଇ ଚକିଆ ଗାଡ଼ି ପାଇଁ ପାର୍କିଂ ପାଇଁ ନିର୍ଦ୍ଧିଷ୍ଟ ଜାଗା ସହିତ ପଇସା ନିଆଯିବ। ମହାଶିବରାତ୍ରୀ ଶାନ୍ତି ଶୃଙ୍ଖଳା ରକ୍ଷା ସକାଶେ ଜିଲ୍ଲା ପୋଲିସ ମୂତୟନ ହେବେ ବୋଲି ସୂଚନା ମିଳିଛି।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done