ଶନିବାର ପଞ୍ଚପଡ଼ା ଶିଶୁ ବିକାଶ ବିଦ୍ୟା ମନ୍ଦିର ରେ ୨୦୨୩-୨୪ ଶିକ୍ଷା ବର୍ଷ ର ଶେଷ କର୍ଯ୍ୟଦିବସରେ ସେବାବ୍ରତୀ ଆଚାର୍ଯ୍ୟ/ ଆଚାର୍ଯ୍ୟ।ଙ୍କ ଗହଣ ରେ ବିଦ୍ୟାଳୟର ସମସ୍ତ ଶିଶୁ ହୋଲି ର ଅବିର ରଙ୍ଗରେ ଖେଳି ହସି ହସି ପୁରୁଣା ଶିକ୍ଷା ବର୍ଷକୁ ବିଦାୟ ଦେବ ସହିତ ନୂତନ ଶିକ୍ଷା ବର୍ଷକୁ ସ୍ବାଗତ କରିଛନ୍ତି।ବିଦ୍ୟାଳୟରେ ଶିକ୍ଷା ସହିତ ଲୋପ ପାଇଯାଉଥିବା ଆମ ଓଡ଼ିଆ ସଂସ୍କୃତି କୁ ଆଗାମୀ ଦିନରେ ଜୀବିତ ରଖିବା ପାଇଁ ବିଦ୍ୟାଳୟର ଏପରି କାର୍ଯ୍ୟକ୍ରମ ଆୟୋଜନ କରିବ ଅତ୍ୟନ୍ତ ଜରୁରୀ ବୋଲି ବିଦ୍ୟାଳୟ ସମ୍ପାଦକ ଦିଗାମ୍ବର ମାଝୀ ନିଜର ବକ୍ତବ୍ୟ ରେ ଉଲ୍ଲେଖ କରିଥିଲେ।ଓଡ଼ିଆ ସଂସ୍କୃତି କୁ ଲୋକ ଲୋଚନ ରେ ଚିର ସ୍ଥାୟୀ କରିବାରେ ଶିଶୁ ବିକାଶ ବିଦ୍ୟାମନ୍ଦିର ର ଏ ପ୍ରକାର ଅଭିନବ ପ୍ରୟାସ ଅତ୍ୟନ୍ତ ପ୍ରଶଂସନୀୟ ବୋଲି ପଞ୍ଚପଡ଼ା ସିଆରସିସି ସୁରଜ୍ ପଟେଲ କହିଥିଲେ।ଭଗବାନ ଶ୍ରୀ କୃଷ୍ଣ ଓ ରାଧା , ନାରାୟଣ ଓ ଲକ୍ଷ୍ମୀଙ୍କର ଶିଶୁଙ୍କ ପ୍ରତି ହୋଲି ରଙ୍ଗରେ ଶିଶୁ ଙ୍କ ପ୍ରତି ଆଶୀର୍ବାଦ ରହିଛି ବୋଲି ପ୍ରଧାନ ଆଚାର୍ଯ୍ୟ। ମମତା ସିଂହ କହିଥିଲେ।ହୋଲିରେ ଭଗବାନ ରାମଚନ୍ଦ୍ର ମନେପଡ଼ିଥାନ୍ତି ବୋଲି ଶିଶୁଙ୍କ ମଧ୍ୟରେ ରାକ୍ଷୀ ଭଉଣୀ ଓ ପୁରାତନ ସଂସ୍କୃତି ରେ ହୋଳିରେ ହୋଲିକା ର ଦହନ ରେ ପ୍ରହଲ୍ଲ।ଦ ର ବିଷ୍ଣୁ ଭକ୍ତି ର କଥା ଭାଇ ସାଇ କ୍ରିଷ୍ଣା ମାଝୀ କହି ଥିଲେ। ତାରିଣୀ ପ୍ରିୟା ମହାନ୍ତି, ଆରଜୁ ପଟେଲ , ଝରଣା ସାହୁ,ରଞ୍ଜିତା ନାୟକଙ୍କ ତତ୍ତ୍ଵାବଧାନ ରେ ଶତାଧିକ ଶିଶୁ ଭାଇ ଭଉଣୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।ପରିଚାଳନା କମିଟି ର ଅଶୋକ ଦାସ, ଗିରିଧାରୀ ଝା,, ଉଦିତ ପଣ୍ଡା, ଅଶାନ୍ତ ଜେନା, ସୁଶୀଲ ନାୟକ, ପ୍ରେମାନନ୍ଦ ପଟେଲ,ଆଦି ସାମିଲ ହୋଇଥିଲେ। ଡୋଳା ରାମ ସରାଫ ଏ ପ୍ରକାର କାର୍ଯ୍ୟକ୍ରମର ଆୟୋଜନ କରିଥିଲେ।ସୁରେଶ ବିଶି ଏ ପ୍ରକାର କାର୍ଯ୍ୟକ୍ରମ ପାଇଁ ସମସ୍ତ ସାମଗ୍ରୀ ଯୋଗାଇବା ସହିତ କାର୍ଯ୍ୟକ୍ରମ କୁ ଉତ୍ସାହିତ କରିଥିଲେ।ଶେଷରେ କୋଷାଧ୍ୟକ୍ଷ। ପ୍ରିୟଙ୍କା ସାହୁ ଶିଶୁ ମାନଙ୍କୁ ମିଠା ବାଣ୍ଟି କାର୍ଯ୍ୟକ୍ରମ ର ପରିସମ।ପ୍ତି ଘୋଷଣା କରିଥିଲେ।
0 Comments