ଝାରସୁଗୁଡ଼ା ସହରର ସରଵାହାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ ଯୁଗନ କାର୍ଯ୍ଯ କ୍ରମ ପାଇଁ ସରଵାହାଲ ସରକାରୀ ହାଇସ୍କୁଲ କୁ ପରିଦର୍ଶନ କରି ଯାଇଥିଲେ । ପ୍ରାୟ 216ଜଣ ଛାତ୍ର ଛାତ୍ରୀ ହାଇସ୍କୁଲ ର କମ୍ପୁଟର ଓ ଲାଇବେରିଆ ରୁମ୍ ଦେଖି ବେଶ ଆନନ୍ଦିତ ହୋଇଥିଲେ ।ସରକାରଙ୍କ ନିର୍ଦ୍ଦେଶ ମୁତାବକ ସରଵାହାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ତାପସ କୁମାର ମିଶ୍ରଙ୍କ ଆହ୍ବାନ କ୍ରମେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନା କମିଟି ସଦସ୍ୟ ସଞ୍ଜୟ କୁମାର୍ ପାଣିଗ୍ରାହୀ ସୁଦିପା ଜେନା ଆଜି ଛାତ୍ର ଛାତ୍ରୀ ମାନଙ୍କୁ ବିଦ୍ୟାଳୟକୁ ନେଇଥିଲେ । ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତି ତନୟୀ ଶୁଭଶ୍ରୀ ପିଙ୍ଗ ସମସ୍ତ ସହଯୋଗ ପ୍ରଦାନ କରିଥିବାବେଳ ଛାତ୍ର ଛାତ୍ରୀ ଉକ୍ତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
0 Comments