ଝାରସୁଗୁଡ଼ା ଜିଲ୍ଲାରେ ଉଦ୍ଘାଟିତ ହେଲା ଲକ୍ଷ୍ମୀ ବସ


 ଝାରସୁଗୁଡା ସମେତ ସମ୍ବଲପୁର, ସୁବର୍ଣ୍ଣପୁର,କନ୍ଧମାଳ ଓ କଟକ ଏହି ପାଞ୍ଚଟି ଜିଲ୍ଲାରେ ଶୁଭାରମ୍ବ ହୋଇଛି ଲକ୍ଷ୍ମୀ ବସ ସେବା । ବସ ସେବା ଲୋକାର୍ପିତ ହୋଇଛି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା । ଆଜି ପୂର୍ବାହ୍ଣ ସାଢ଼େ ଏଗାରଟାରେ ଆଭାସି ଜରିଆରେ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି ବସ ସେବା । ଏହି ସେବା ଦ୍ୱାରା ବିଶେଷତଃ ମହିଳା , ଯୁବବର୍ଗ ଓ ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ପଞ୍ଚାୟତରୁ ବ୍ଲକ ଓ ବ୍ଲକରୁ ଜିଲ୍ଲା ସଦର ମହାକୁମାକୁ ଗଡ଼ିବ ଲକ୍ଷ୍ମୀ ବସ । ୫ଟି ଯୋଜନାରେ ଏହି ବସ ସେବା ଖାଲି ଜିଲ୍ଲା ମଧ୍ୟରେ ସୀମିତ ରହିବ ନାହିଁ । ପୂର୍ବରୁ ପୁରୀ ଶ୍ରୀମନ୍ଦିର ପ୍ରକଳ୍ପ ଅନ୍ତର୍ଭୁକ୍ତ ଯୋଜନା ଅନୁସାରେ ଜଗନ୍ନାଥ ଏକ୍ସପ୍ରେସ ଯୋଗେ ଜିଲ୍ଲାରୁ ପୁରୀକୁ ଗଡ଼ିବ ଜଗନ୍ନାଥ ଏକ୍ସପ୍ରେସ । ରିହାତି ଦରରେ ମହିଳାମାନେ ଏହି ବସରେ ଜଗନ୍ନାଥ ଦର୍ଶନର ଲାଭ ଉଠାଇପାରିବେ।

 ସ୍ଥାନୀୟ ଆମଲିପାଲି ପଡ଼ିଆ ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅବସରରେ ଝାରସୁଗୁଡା ବିଧାୟିକା ସୁଶ୍ରୀ ଦୀପାଳି ଦାସ ଓ ବ୍ରଜରାଜନଗର ବିଧାୟିକା ଓ ଜିଲ୍ଲାପାଳ ଅବୋଲି ସୁନିଲ ନରୱଣେ ଉପସ୍ଥିତ ଥିଲେ । ଲକ୍ଷ୍ମୀ ବସ ସେବା ଯୋଗୁ ମହିଳା ସଶକ୍ତିକରଣ ସୁଦୃଢ଼ ରୂପ ନେବାରେ ଆଉ ଏକ ପାଦ ଆଗକୁ ଯିବା ସମ୍ଭବ ହୋଇଛି। ମହିଳାମାନଙ୍କୁ ରୋଜଗାର ଯୋଗାଇବା , ଚାଷୀମାନଙ୍କ ମୁହଁରେ ହସ ଫୁଟାଇବାରେ ଏହା ସହାୟ ହେବ ବୋଲି ବିଧାୟିକା ଦିପାଳୀ ଦାସ କହିଛନ୍ତି। ସମୃଦ୍ଧ ଓ ଶସକ୍ତ ଓଡିଶା ଗଠନ ଦିଗରେ ଏହି ଯୋଜନା ଏକ ଯୁଗାନ୍ତକାରୀ ପଦକ୍ଷେପ ।  ଲଖନପୁର ବ୍ଲକର ସୀମାନ୍ତ ଅଞ୍ଚଳରୁ ପଞ୍ଚାୟତ ଓ ପଞ୍ଚାୟତରୁ  ବ୍ଲକ ପର୍ଯ୍ୟନ୍ତ ସୁଗମ ଯାତାୟାତ ପାଇଁ ବସ ସେବା ସହାୟକ ହେବ ବୋଲି ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି କହିଛନ୍ତି। ଏହି ଯୋଜନାରେ ଜିଲ୍ଲାରେ  ୧୮ଟି ରୁଟ୍ ରେ ବସ ଚାଲିବ। ଲଖନପୁରର ବିଭିନ୍ନ ପଞ୍ଚାୟତରୁ  ବ୍ଲକକୁ ୫ଟି ବସ, ଝାରସୁଗୁଡ଼ାର ବିଭିନ୍ନ ପଞ୍ଚାୟତରୁ ୪ଟି , କୋଲାବିରା,ଲଇକେରା ଓ କିର୍ମିରାରୁ ୨ଟି ଲେଖାଏଁ ବସ ଚାଲିବ।ସେହିପରି ଲଖନପୁର,କୋଲାବିରା ଓ କିର୍ମିରାରୁ ଜିଲ୍ଲା ସଦର ମହାକୁମାକୁ ଗୋଟିଏ ଲେଖାଏଁ ଏସି ବସ ଚାଲିବ। ଆଜିର କାର୍ଯ୍ୟକ୍ରମ ରେ ପାଞ୍ଚ ହଜାରରୁ ଉର୍ଦ୍ଧ୍ବ ସ୍ୱୟଂ ସହାୟକ ଓ ଜନସାଧାରଣ ଉପସ୍ଥିତ ଥିଲେ । ଆଞ୍ଚଳିକ ପରିବହନ ଅଧିକାରୀ, ଜିଲ୍ଲା ପରିଷଦ ଅତିରିକ୍ତ ନିର୍ବାହୀ ଅଧିକାରୀ, ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ପୁଲିସ ବିଭାଗ ତରଫରୁ କାର୍ଯ୍ୟକ୍ରମ ର ସଫଳ ରୂପାୟନ ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done