ଚାନ୍ଦନୀମାଲ ସମବାୟ ସମିତିରେବାର୍ଷିକ ସାଧାରଣ ସଭା ଅନୁଷ୍ଠିତ*


 ଚାନ୍ଦନୀମାଲ ସମବାୟ ସମିତିରେ ଆଜି ବାର୍ଷିକ ସାଧାରଣ ସଭା ଆନୁଷ୍ଟିତ ହୋଇଯାଇଛି । ଏଥିରେ ୪ଗୋଟି ପଞ୍ଚାୟତର ଚାଷୀ ଯଥା ଚାନ୍ଦନିମାଲ , ଲୋଇସିଂହ , ରାଜପୁର ଓ ଗୌଡ଼ମାଲ ର ସମସ୍ତ ଚାଷୀ ଉପସ୍ତିତ ଥିଲେ । ଏହି ସାଧାରଣ ସଭାରେ ସମିତିର ସଭାପତି ଦିଲିପ୍ ସାଏ ସଂପାଦକ ଆକାଶ ନାଏକ୍ ଓ ସରପଞ୍ଚ ଲକ୍ଷ୍ମୀଧର ମିଶ୍ର ଙ୍କ ସଭାପତିତ୍ବରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ସଭାରେ ସମ୍ପାଦକ ଆକାଶ ନାଏକ ୨୦୨୪-୨୫ ର ସମିତିର ବଜେଟ୍ ପରିବେଷଣ କରିଥିଲେ । ବିନା ସୁଧରେ ଏକ ଲକ୍ଷ୍ୟ ପର୍ୟ୍ୟନ୍ତ ଚାଷୀ ମାନଙ୍କୁ ବିନା ସୁଧ ରେ ଋଣ ଦେବାପାଇଁ ସୂଚନା ଦେବା ସଂଙ୍ଗେ ସଙ୍ଗେ ଆୟ ବ୍ୟୟ ଉକ୍ତ ଚାଷୀମାନଙ୍କୁ ଅବଗତ କରାଇଥିଲେ । ବିଭିନ୍ନ ଚାଷୀ ମାନଙ୍କର ସୁବିଧା ଓ ଅସୁବିଧା ଉକ୍ତ ଚାଷୀ ଙ୍କୁ ନେଇ ଶୁଣାଣି ହୋଇଥିଲା।

ଚାଷୀମାନଙ୍କୁ ବିଭିନ୍ନ ପ୍ରକାରର ଯୋଜନା ମାଧ୍ୟମରେ ଋଣ ଦିଆଯିବା ପାଇଁ ସମ୍ପାଦକ ଚାଷୀ ମାନଙ୍କୁ ଅବଗତ କରିଥିଲେ ଏବଂ ଖିଲାପି ଋଣକୁ ପରିଶୋଧ କରିବାପାଇଁ ମଧ୍ୟ ସଭାରେ ବିଚାର କରାଗଲା ।

ପ୍ରତି ପଞ୍ଚାୟତ ମାନଙ୍କରେ ଗୋଟାଏ ଲେଖାଏଁ ଧାନ ମଣ୍ଡି ଓ  ଶୀତଳ ଭଣ୍ଡାର ନିର୍ମାଣ ରାଜ୍ୟ ସରକାର ଙ୍କୁ ଗଣ ମାଧ୍ୟମରେ ଚାଷୀ ମାନେ ଜଣାଇଥିଲେ ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done