ଜାଗରଯାତ୍ରା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ । ଚାନ୍ଦନୀମାଲ ଗ୍ରାମର ମହାଶିବରାତ୍ରି ଜାଗରଯାତ୍ରାର ଅବସରରେ ଆସନ୍ତା ମାର୍ଚ୍ଚ ୭-୧୧ ତାରିଖ ମଧ୍ୟରେ ଧନୁଯାତ୍ରା ଅନୁଷ୍ଠିତ ହେବ। ତେବେ ଧନୁଯାତ୍ରାର ଶୁଭାରମ୍ଭ ପାଇଁ ଆଜି ଶୁଭସ୍ତମ୍ଭ ସ୍ଥାପନ କରାଯାଇଛି। ଉମାଶଙ୍କର ମନ୍ଦିରରୁ ଏକ ଶୋଭାଯାତ୍ରା ବାହାରି ଗ୍ରାମ ପରିକ୍ରମା କରିବା ପରେ ଗ୍ରାମଦେବୀ ମନ୍ଦିର ପର୍ଯ୍ୟନ୍ତ ପହଞ୍ଚିଥିଲା । ସେଠାରେ ପୂଜକ ପ୍ରତାପ ପ୍ରଧାନ ପୂଜାର୍ଚ୍ଚନା କରିବା ପରେ ହନୁମାନ ଓ ଶିବ ମନ୍ଦିରରେ ନେଉତା ବରଣ କରାଯାଇ ଦୁଇଟି ଧ୍ବଜାକୁ ସ୍ଥାପନ କରାଯାଇଥିଲା । ଅନ୍ୟପଟେ ଧନୁଯାତ୍ରା ପାଇଁ ରୁପାନ୍ତରିତ ହୋଇଥିବା ମଥୁରା ନଗରୀରେ ପଣ୍ଡିତ ଅଭିଷେକ ମହାପାତ୍ର, କର୍ତା ରୋମାଞ୍ଚ ରୋହିଦାସ ଓ ଗୋପପୁରରେ କର୍ତା ଗୁରୁଚରଣ ରୋହିଦାସ ପଣ୍ଡିତ ଦେବାଶିଷ ମହାପାତ୍ର ପୂଜାର୍ଚ୍ଚନା କରିଥିଲେ। ଆଜିର ଏହି ଶୁଭ ସ୍ତମ୍ଭ ସ୍ଥାପନ କାର୍ଯ୍ୟକ୍ରମ ଓ ଶୋଭାଯାତ୍ରାରେ ଗ୍ରାମବାସୀମାନେ ଉପସ୍ଥିତ ଥିଲେ । ଧନୁଯାତ୍ରା ସହିତ ମହାଶିବରାତ୍ରୀ ଉଭୟ ଏକା ସାଙ୍ଗରେ ହେବାକୁ ଥିବା ବେଳେ ଅଞ୍ଚଳବାସୀ ବେଶ ଉତ୍ସାହିତ ଅଛନ୍ତି ।
0 Comments