ଝାରସୁଗୁଡ଼ା ଆସୁଛନ୍ତି ରାହୁଲ ଗାନ୍ଧି


 ଓଡ଼ିଶା ପହଂଚି ସାରିଛି ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା । ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ପହଂଚିଛନ୍ତି ରାହୁଲ ଗାନ୍ଧୀ । ତାଙ୍କ ସହିତ କଂଗ୍ରେସ ଦଳର ଅନେକ ବରିଷ୍ଠ ନେତା ମଧ୍ୟ ଆସିଛନ୍ତି । ବୀରମିତ୍ରପୁର ପହଞ୍ଚିବା ପରେ ରାହୁଲ ଗାନ୍ଧୀଙ୍କୁ ରାଜ୍ୟ କଂଗ୍ରେସ୍ ର ନେତା ମାନେ ଭବ୍ୟ ସ୍ଵାଗତ ଜଣାଇଥିଲେ । ରାହୁଲ ଗାନ୍ଧୀଙ୍କ ଏହି ଭାରତ ଯୋଡ଼ ନ୍ୟାୟ ଯାତ୍ରା ସୁନ୍ଦରଗଡ , ରାଉଲକେଲା ଓ ଝାରସୁଗୁଡ଼ା ହୋଇ ଆଗକୁ ବଢିବ । ରାହୁଲ ଙ୍କ ଓଡ଼ିଶା ଆଗମନରେ ରାଜ୍ୟ କଂଗ୍ରେସ୍ ଶିବିର ବେଶ୍ ଉତ୍ସାହିତ ଥିବା ନଜରକୁ ଆସିଛି । ପୂର୍ବ ଓଡ଼ିଶାରେ ନିର୍ବାଚନ ବିଗୁଲ ବଜାଇ ସାରିଛନ୍ତି ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏବେ ପଶ୍ଚିମ ଓଡ଼ିଶାରେ ବିଗୁଲ ବଜାଇବା ପାଇଁ ପହଂଚିଛନ୍ତି କଂଗ୍ରେସର ଯୁବ ନେତା ରାହୁଲ ଗାନ୍ଧୀ । ରାହୁଲଙ୍କ ଆଗମନ ରେ କଂଗ୍ରେସ ନେତାଙ୍କ ସହ ଜନସାଧାରଣ ମଧ୍ୟ ବେଶ୍ ଉତ୍ସାହିତ ଥିବା ନଜରକୁ ଆସିଛି । ଦେଶର ଜନସାଧାରଣ ଙ୍କୁ ନ୍ୟାୟ ଓ ପ୍ରଦାନ ସହ କେନ୍ଦ୍ର ସରକାରଙ୍କ ଏକ ଛତ୍ରବାଦ ଶାସନ ବିରୋଧରେ ଲଢେଇ ଏବଂ ବିଜେପି ଓ ବିଜେଡ଼ି ସରକାରକୁ ହଟାଇ କଂଗ୍ରେସ ଦେଶ ତଥା ରାଜ୍ୟରେ ସରକାର ଗଠନ କରିବା ଏହି ଭାରତ ଯୋଡ଼ ନ୍ୟାୟ ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ରହିଛି । ଆଜି ଏହି ଯାତ୍ରା ରାଉଲକେଲା ବିର୍ସାମୁଣ୍ଡା ଛକରୁ ପାନପୋଷ ଛକ ପର୍ଯ୍ୟନ୍ତ ଯିବ ଏବଂ ସେଠାରେ ସାଧାରଣ ସଭା ପରେ ଏହି ଯାତ୍ରା ରାଣୀବନ୍ଧୁରୁ , କୁତ୍ରା, ବଡଗାଁ ସୁନ୍ଦରଗଡ ହୋଇ ଝାରସୁଗୁଡ଼ା ପହଞ୍ଚିବ । ଏବଂ ଆସନ୍ତା କାଲି ଝାରସୁଗୁଡ଼ା ପୁରୁଣା ବସଷ୍ଟାଣ୍ଡ ମହାତ୍ମା ଗାନ୍ଧୀ ଛକରୁ ଏହି ଭାରତ ଯୋଡ଼ ନ୍ୟାୟ ଯାତ୍ରା ଆରମ୍ଭ ହେବ । ଏହି ଯାତ୍ରା ବେଲପାହାଡ଼, ବ୍ରଜରାଜନଗର, ଲଖନପୁର ହୋଇ ଓଡ଼ିଶା - ଛତିଶଗଡ଼ ସୀମା ଅତିକ୍ରମ କରିବ ବୋଲି କଂଗ୍ରେସ୍ ପକ୍ଷରୁ ସୂଚନା ଦିଆଯାଇଛି ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done