ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟାଳୟ ଠାରେ ମହାସମାଧାନ ଶିବିର ଅନୁଷ୍ଠିତ


 ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟାଳୟ ଠାରେ ମହାସମାଧାନ ଶିବିର ଅନୁଷ୍ଠିତ ହୋଇଛି। ଆରକ୍ଷୀ ଅଧିକ୍ଷକ ସ୍ମିତ ପି. ପରମାର , ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଓ ନିର୍ବାହୀ ଅଧିକାରୀ ପ୍ରବୀର କୁମାର ନାୟକ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ଲଙ୍କେଶ୍ୱର ଅମାତ,ଉପ ଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ୱାଇଁ,ଡାକ୍ତର ମହେଶ ମୋହନ ପଣ୍ଡାଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଶିବିରରେ ଉପସ୍ଥିତ ଥିଲେ।  ଶିବିରରେ ୮୮ ଗୋଟି ଅଭିଯୋଗ ଆଗତ ହୋଇଥିଲା ବେଳେ  ବେଦାନ୍ତ ଓ ଷ୍ଟାରଲାଇଟ ଏନର୍ଜିର ଆସପଣ୍ଡ ଜନିତ କୃତ୍ରିମ ମାଟି ପାହାଡ଼ରୁ ମାଟି ଧସିବା ଦ୍ୱାରା କୁମୁଡ଼ାପାଲି ଗ୍ରାମ୍ୟ ଜଙ୍ଗଲ ପ୍ରତି ବିପଦ ସୃଷ୍ଟି , ଶିଳ୍ପ ପ୍ରତିଷ୍ଠା ସକାଶେ ଇଡକୋ ଜରିଆରେ କୁମୁଡ଼ାପାଲି ମୌଜାରେ ଅଧିଗୃହିତ ଚାଷ ଜମି ପାଇଁ ବର୍ତ୍ତମାନ ଦରରେ ସର୍ବୋଚ୍ଚ ମୂଲ୍ୟ ଧାର୍ଯ୍ୟ କରାଯିବା, ଲଖନପୁରଠାରେ ଖୋଲାଯିବାକୁ ଥିବା ଆହାର କେନ୍ଦ୍ର ସକାଶେ ବିନା ଟେଣ୍ଡରରେ ସ୍ୱୟଂ ସହାୟକ ଗୋଷ୍ଠୀକୁ ପରିଚାଳନା ଦାୟିତ୍ୱ ଦିଆଯିବା, ପାହାଡ଼ି ମନ୍ଦିର ଅଞ୍ଚଳରେ ସର୍ବସାଧାରଣ ରାସ୍ତା ଅବରୋଧ, ଆର୍ଥିକ ପୁନର୍ବସତି     ପରିଚୟପତ୍ରଧାରୀଙ୍କୁ ଜମି ପଟ୍ଟା ପ୍ରଦାନ, ପୋୖରାଞ୍ଚଳରେ ହୋଲଡିଂ ଟିକସ ବୃଦ୍ଧି, ପଞ୍ଚଗାଁରେ ଜମି ଜବର ଦଖଲ, ଏନ୍ ଏଲ୍ ସି କମ୍ପାନୀ ସକାଶେ ପ୍ରଭାବିତାଙ୍କୁ ଚାକିରୀ ପ୍ରଦାନ ଓ  ପ୍ରକଳ୍ପ ବିସ୍ଥାପିତ ଭାବେ ଅନ୍ତର୍ଭୁକ୍ତ କରାଯିବା, ବୃନ୍ଦାମାଲ ଓ ଗଣ୍ଡାପଡ଼ାରେ ପ୍ରାର୍ଥନା ଗୃହ ନିର୍ମାଣ, ଭାସ୍କର ସୂତା କଳରେ ଚାକିରୀ କରିଥିବା ଲୋକଙ୍କୁ ପେନସନ ପ୍ରଦାନ, ବଡମାଲ ଗ୍ରାମ ପଞ୍ଚାୟତରେ ରାସନ କାର୍ଡ଼ ଓ ବାର୍ଦ୍ଧକ୍ୟ ଭତ୍ତା ନ ମିଳିବା , ଲୋଇସିଂ ପଞ୍ଚାୟତରେ ସୌଭାଗ୍ୟ ଯୋଜନାରେ ବିଦ୍ୟୁତ ସଂଯୋଗ ଯୋଗାଣ,   ତାଲପଟିଆ ପଞ୍ଚାୟତ ଅନ୍ତର୍ଗତ ବଡମାଲ ଅଞ୍ଚଳରେ ଶିବ ମନ୍ଦିର ପୂର୍ଣ୍ଣାଙ୍ଗ ସକାଶେ ଆର୍ଥିକ ସହାୟତା, ବେଦାନ୍ତ ଅଧିଗୃହିତ ଜମି ପାଇଁ କ୍ଷତି ପୂରଣ ପ୍ରଦାନ ସମ୍ପର୍କିତ ୧୬ଟି ସାମୁହିକ ଅଭିଯୋଗ ଉପରେ ଶୁଣାଣି କରାଯାଇଥିଲା । ସେହିପରି ଶିବିରରେ ୭୨ଗୋଟି ବିଭିନ୍ନ ବ୍ୟକ୍ତିଗତ ଅଭିଯୋଗ ସମ୍ପର୍କରେ ଶୁଣାଣି କରାଯାଇଥିଲା।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done