ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଉପଲକ୍ଷେ ମିଶନ ଶକ୍ତି କବି ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଜିଲ୍ଲାର ସମସ୍ତ ପଞ୍ଚାୟତ ସମିତି ଓ ପୋୖର ପରିଷଦରୁ ବଛା ଯାଇଥିବା ମିଶନ ଶକ୍ତିର ମହିଳାମାନଙ୍କୁ ନେଇ ଏହି କବି ସମ୍ମିଳନୀ ଆୟୋଜନ କରାଯାଇଥିଲା।କାର୍ଯ୍ୟକ୍ରମ ରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପୂଣ୍ୟବତୀ ହେଲେନ ଖେସ୍,ଜିଲ୍ଲା ସଂସ୍କୃତି ଅଧିକାରୀ ଅନିଲ କେର୍କେଟା,ଶିଶୁ ସୁରକ୍ଷା ଅଧିକାରୀ ସୁନନ୍ଦ ମହାରଣା, ଓଡ଼ିଶା ଜୀବିକା ମିଶନ ଜିଲ୍ଲା ପ୍ରକଳ୍ପ ପରିଚାଳକ ନିଳିମା କୁଜୁର,କବି ବିବେକାନନ୍ଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।ଆୟୋଜିତ କବିତା ପାଠୋତ୍ସବରେ ପ୍ରଥମ ଓ ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଯଥାକ୍ରମେ ପ୍ରୀତି ଓଝା,ଆରତୀ ପଣ୍ଡା ଓ ଯଶୋଦା ନାଏକଙ୍କୁ ପ୍ରଶଂସା ପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା। କବିତା ପାଠରେ ଅଂଶ ଗ୍ରହଣକାରୀ ସମସ୍ତ କବୟତ୍ରୀଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା। ମିଶନ ଶକ୍ତି ଜିଲ୍ଲା ସଂଯୋଜିକା ସୀମା ଟିଗା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।
0 Comments