ଵୁଡାପଡା ଵୁରୋମାଳ ରେ ମାଘ ପୂର୍ଣ୍ଣିମା ମହୋତ୍ସବ ଆରମ୍ଭ


 ଝାରସୁଗୁଡ଼ା ସହରର ଵୁଡାପଡା ଵୁରୋମାଳ ରେ ଓ ଶ୍ରୀ ଶ୍ରୀ ରାଧା ମାଧବ ପୂଜା କମିଟି ପକ୍ଷରୁ ମାଘ ପୂର୍ଣ୍ଣିମା ମହୋତ୍ସବ ଆରମ୍ଭ ହୋଇଯାଇଛି।ମାଘ ପୂର୍ଣ୍ଣିମା ଅବସରରେ ଶୁକ୍ରବାର ସଂଧ୍ୟାରେ କଳସ ଯାତ୍ରା ସହିତ ଅଧିବାସ ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେ ଵଜାରୀ ଗ୍ରାମର ସଂକୀର୍ତ୍ତନ ମଣ୍ଡଳୀ ଅନୁଷ୍ଠିତ ହୋଇଥିଲା। ଆଜି ପୂର୍ବାହ୍ନ ନ ଅଟା ସମୟରେ ରାଧା ମାଧବ ମନ୍ଦିର ରେ ପୂଜା ଆରମ୍ଭ ହୋଇଥିବା ବେଳେ ଦିନ ବାରଟା ସମୟରେ ପୂର୍ଣ୍ଣାହୁତି ହୋଇଥିବାବେଳେ ଗୋଟିଏ ସମୟରେ ଅନ୍ନଭୋଗ ହୋଇଥିଲା ରାଧା ମାଧବ ମନ୍ଦିରର ପୂଜକ ମଧୂସୁଦନ ଦାସ ପୂଜାର୍ଚ୍ଚନା କରିଥିବାବେଳ କର୍ତ୍ତା ଦାୟିତ୍ଵ ନିର୍ବାହ କରିଥିଲେ ଅରୁଣ ମେହେର ଓ ତାଙ୍କ ଧର୍ମପତ୍ନୀ ହାରାବତି ମେହେର ।ଓ ଶ୍ରୀ ଶ୍ରୀ ରାଧା ମାଧବ ପୂଜା କମିଟି ପକ୍ଷରୁ ମାଘ ପୂର୍ଣ୍ଣିମା ମହୋତ୍ସବ ରେ ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀ ର ସ୍ବର୍ଗତ ନଵ କିଶୋର ଦାସ୍ ଙ୍କ ଧର୍ମପତ୍ନୀ ମୀନତି ଦାସ୍ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଝାରସୁଗୁଡ଼ା ଜିଲ୍ଲା ର କଳା ସଂସ୍କୃତି କୁ ବଞ୍ଚାଇବା ମାଘ ପୂର୍ଣ୍ଣିମା ମହୋତ୍ସବ ମାଧ୍ୟମରେ କଳା ସଂସ୍କୃତି ବଞ୍ଚି ରହିବ ବୋଲି କହିଥିଲେ  ।  ଗତ ଦୁଇ ହଜାର ଅଠର ମସିହାରେ ରାଧା ମାଧବ ମନ୍ଦିର ପ୍ରତିଷ୍ଠା ହୋଇଥିବା ବେଳେ ଚଳିତ ବର୍ଷ ଷଷ୍ଠ ବର୍ଷକୁ ପଦାର୍ପଣ କରିଛି । ସନ୍ଧ୍ୟା ରେ ଆଳତି ହେବା ପରେ ରାଜପୁର ବରପାଲି ଯାତ୍ରା ମଣ୍ଡଳୀ ଗାୟକ ଡିଲେଶ୍ଵର ବଢେଇ ଓ ସାଥୀ ଙ୍କ ଦ୍ଵାରା ଯାତ୍ରା ମଣ୍ଡଳୀ ଅନୁଷ୍ଠିତ ହୋଇଯାଇଛି। ରାଧା ମାଧବ ମନ୍ଦିର ସମ୍ମୁଖରେ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଯାଇଛି । ରାତି ଆଠଟା ସମୟରେ ସାହାସପୁର ର ମା ତାରା ଦେବୀ କୂଷଗୁରୁ ଦଳ କୂଷଗୁରୁ ପରିବେଷଣ କରିଥିଲେ ।ମାଘ ପୂର୍ଣ୍ଣିମା ମହୋତ୍ସବ ରେ ରାଧା ମାଧବ ପୂଜା କମିଟି ର ସଭାପତି ନାରାୟଣ ପ୍ରଧାନ ସଂପାଦକ ନିଳାଦ୍ରୀ ପଟେଲ୍ କୋଷାଧ୍ୟକ୍ଷ ପ୍ରଫୁଲ୍ଲ ମେହେର ସକ୍ରିୟ ସଦସ୍ୟ ମନୋଜ୍ ଦୋରା ଭାରତ ରାଉତ ସୁରେନ୍ଦ୍ର ମହାନନ୍ଦ ନିମାଇଁ ଚରଣ ବେହେରା ଡିଲେଶର  

ଭଇସା କୈଳାଶ ରାଉତ ରତ୍ନା ବୁଢ଼ା ସମେତ କର୍ମ କତା ମାଘ ପୂର୍ଣ୍ଣିମା କୁ ପରିଚାଳନା କରିଥିଲେ। ରବିବାର ଦିନ ସହରର ଵୁରୋମାଳ ର ସଂକୀର୍ତ୍ତନ ମଣ୍ଡଳୀ ଦ୍ୱାରା ସଂକୀର୍ତ୍ତନ ସନ୍ଧ୍ୟାରେ ଅନୁଷ୍ଠିତ ହେବ। ରାତିରେ ବରଗଡ଼ ହିରିଲି ପାଲିର ଵୀର ବଜରଙ୍ଗ ଅପେରା ଅନୁଷ୍ଠିତ ହେବ । ଆଜି ସନ୍ଧ୍ୟା ରୁ ରାଧା ମାଧବ ମନ୍ଦିର ରେ ଶହ ଶହ ଭକ୍ତଙ୍କ ଜନ ସମାଗମ ହୋଇଥିବା ବେଳେ ଆଖପାଖ ଅଞ୍ଚଳରୁ ହଜାର ହଜାର ଦର୍ଶକ ଙ୍କ ଜନ ସମାଗମ ଦେଖିବାକୁ ମିଳିଥିଲା।ମାଘ ପୂର୍ଣ୍ଣିମା ମହୋତ୍ସବ ରେ ଶାନ୍ତି ଶୃଙ୍ଖଳା ରକ୍ଷା ସକାଶେ ପୋଲିସ୍ ମୁତୟନ ହୋଇଥିଲେ।

Post a Comment

0 Comments

Notification
Lorem ipsum dolor sit amet, consectetur adipiscing elit. Suspendisse a ullamcorper justo, et suscipit ex. Vivamus ornare eu mauris id imperdiet.Lorem ipsum dolor sit amet, consectetur adipiscing elit.

Done