ଝାରସୁଗୁଡ଼ାରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ଭାବେ କିଶୋର ଚନ୍ଦ୍ର ସ୍ୱାଇଁ ଯୋଗଦାନ କରିଥିବା ବେଳେ ଉପଜିଲ୍ଲାପାଳ ଭାବରେ ସବ୍ୟସାଚୀ ପଣ୍ଡା ଯୋଗଦାନ କରିଛନ୍ତି।ପୂର୍ବରୁ ଶ୍ରୀ ସ୍ୱାଇଁ ଝାରସୁଗୁଡା ଓ ବାଲେଶ୍ୱରରେ ଉପଜିଲ୍ଲାପାଳ ଭାବରେ , କୁଜଙ୍ଗ ,କେନ୍ଦ୍ରାପଡା, ତିର୍ତ୍ତୋଲ,ଏରସମା ଓ ରଘୁନାଥପୁରରେ ବିଡିଓ ଏବଂ ତାଳଚେରରେ ତହସିଲଦାର ଓ ଅନୁଗୁଳରେ ଭୂ-ଅଧିଗ୍ରହଣ ଅଧିକାରୀ ଭାବରେ କାର୍ଯ୍ୟ କରିଛନ୍ତି। ସେହିପରି ଶ୍ରୀ ପଣ୍ଡା ପୂର୍ବରୁ ଓଡିଶା ରାଜ୍ୟ ସିଭିଲ ସପ୍ଲାୟ କର୍ପୋରେସନରେ ଜି ଏମ୍ ( ଆଡମିନ୍),ସିମୁଳିଆ ବିଡିଓ,ବରଗଡ଼ ତହସିଲଦାର ଓ ମୁମ୍ବାଇରେ ଆସିଷ୍ଟାଣ୍ଟ ରେସିଡେଣ୍ଟ କମିଶନର ଭାବରେ କାର୍ଯ୍ୟ କରିଛନ୍ତି। ଦୁଇ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ କାର୍ଯ୍ୟାଳୟରେ କର୍ମଚାରୀମାନଙ୍କ ତରଫରୁ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସ୍ୱାଗତ କରାଯାଇଛି।
0 Comments