ଆଜି ଝାରସୁଗୁଡ଼ା ଇତିହାସରେ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଉଦଘାଟନ ହୋଇଯାଇଛି । ବର୍ଷ ବର୍ଷ ଧରି ଅପେକ୍ଷାରେ ଥିବା ଝାରସୁଗୁଡ଼ା ସରବାହାଲ ରେଲୱେ ଓଭର ବ୍ରିଜ୍ ଆଜି ଉଦ୍ଘାଟନ ହୋଇଛି । ଏହି ଐତିହାସିକ ରେଲୱେ ଓଭର ବ୍ରିଜ୍ କୁ ଯଶୱି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କରିଛନ୍ତି । ବହୁ ବର୍ଷରୁ ଲୋକେ ସରବାହାଲ ଓଭର ବ୍ରିଜ ଅପେକ୍ଷାରେ ଥିଲେ । ଏହି ଉଦଘାଟନୀ ଉତ୍ସବରେ ଝାରସୁଗୁଡ଼ା ବିଧାୟିକା ଦିପାଳୀ ଦାସ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଝାରସୁଗୁଡ଼ାବାସୀ ଙ୍କ ବିକାଶ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ବର୍ଗତ ନବ କିଶୋର ଦାସଙ୍କ ସ୍ବପ୍ନ ଥିଲା । ଆଜି ସେହି ସ୍ବପ୍ନ ପୂରଣ ହୋଇଛି ବୋଲି କହିବା ଏହା ସହିତ ମାନ୍ୟବର ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ବିଧାୟିକା ଦିପାଳୀ ଧନ୍ୟବାଦ୍ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟା ଫଳରେ ୫୫୪ ଟି ରେଲୱେ ଷ୍ଟେସନ ଏବଂ ୧୫୦୦ ଟି ରେଲୱେ ଓଭର ବ୍ରିଜ ଆରମ୍ଭ ହୋଇଛି । ସେହି ରେଲୱେ ଓଭର ବ୍ରିଜ ମଧ୍ୟରେ ଝାରସୁଗୁଡ଼ା ଓଭର ବ୍ରିଜ ହେଉଛି ଗୋଟିଏ ବୋଲି ବିଧାୟିକା କହିଛନ୍ତି । ଏହା ସହିତ ସେ କହିଛନ୍ତି ଯେ ବିକାଶ ସବୁବେଳେ ରାଜନୀତିର ଉର୍ଦ୍ଧ୍ବରେ । ଆଉ ଜନପ୍ରତିନିଧି ମାନେ ଅଞ୍ଚଳର ବିକାଶ ପାଇଁ ଅଛୁ ଆଉ ସବୁ ବେଳେ ଅଞ୍ଚଳର ବିକାଶ ଦିଗରେ କାର୍ଯ୍ୟ କରୁଥିବୁ ବୋଲି ବିଧାୟିକା ଦିପାଳୀ ଦାସ କହିଛନ୍ତି ।
0 Comments